Categories: ଖେଳ

ଭବିଷ୍ୟବାଣୀ କଲେ ଅଶ୍ୱିନ: ଏହି ୨ ଖେଳାଳି ୧୪ କୋଟିରୁ ଅଧିକ ଟଙ୍କାରେ ହେବେ ବିକ୍ରି

ନୂଆଦିଲ୍ଲୀ,୧୮।୧୨: ଆଇପିଏଲ ୨୦୨୪ ନିଲାମ ପୂର୍ବରୁ ଭାରତର ଅନ୍ୟତମ ମହାନ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଆଇପିଏଲ୍‌ ନିଲାମରେ ୨ ଖେଳାଳି ୧୪ କୋଟିରୁ ଅଧିକ ଟଙ୍କା ବିକ୍ରି ହେବ ବୋଲି ସେ କହିଛନ୍ତି।
ଦୁବାଇରେ ଆଇପିଏଲ ୨୦୨୪ ନିଲାମ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧୯ରେ ଭାରତୀୟ ସମୟ ଅପରାହ୍ନ ୧ଟାରୁ ଆରମ୍ଭ ହେବ। ସମସ୍ତ ୧୦ଟି ଆଇପିଏଲ ଦଳ ଏହି ନିଲାମ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ନିଲାମରେ ମୋଟ ୩୩୩ ଖେଳାଳି ସର୍ଟଲିଷ୍ଟ ହୋଇଛନ୍ତି, ସେଥିମଧ୍ୟରୁ ୨୧୪ ଖେଳାଳି ଭାରତୀୟ ହୋଇଥିବାବେଳେ ୧୧୯ ଖେଳାଳି ବିଦେଶୀ ଅଟନ୍ତି। ଏହି ବିଦେଶୀ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ୨୫ ଖେଳାଳି ଇଂଲଣ୍ଡର ଏବଂ ୨୧ ଖେଳାଳି ଅଷ୍ଟ୍ରେଲିଆର।
ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ଭିଡିଓରେ ଅଶ୍ୱିନ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ କମିନ୍ସ ଏବଂ ମିଚେଲ ଷ୍ଟାର୍କଙ୍କୁ ତାଙ୍କ ହେଲିକପ୍ଟର ସଟ ବର୍ଗରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହାର ଅର୍ଥ ହେଉଛି ଅଶ୍ୱିନଙ୍କ ଅନୁଯାୟୀ ଏହି ଦୁଇ ଖେଳାଳିଙ୍କ ନାମରେ ୧୪ କୋଟିରୁ ଅଧିକ ଟଙ୍କା ବିଡ କରାଯାଇପାରିବ।

Share