Posted inଖେଳ

ସାଢ଼େ ୪ ବର୍ଷ ପରେ ଫେରିଲେ !

ନୂଆଦିଲ୍ଲୀ,୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଦଳକୁ ଫେରିଛନ୍ତି ଟିମ୍‌ ଇଣ୍ଡିଆର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ପ୍ରାୟ ସାଢେ ଚାରି ବର୍ଷ ପରେ ଅଶ୍ୱିନ ଦିନିକିଆ ଦଳକୁ ଫେରିଛନ୍ତି। ଏହାପୂର୍ବରୁ ୨୦୨୧ ଟି-୨୦ ବିଶ୍ୱକପ୍‌ରେ ଅଶ୍ୱିନ୍‌ଙ୍କୁ ହଠାତ୍‌ ସାମିଲ କରାଯାଇଥିଲା। ଏହି ସୁଯୋଗର ଫାଇଦା ଉଠାଇଥିଲେ ସେ। ବିଶ୍ୱକପ୍‌ରେ ସେ ପ୍ରଭାବି ବୋଲିଂ କରିବା ସହ ୬ ଉଇକେଟ ନେଇଥିଲେ। ଏବେ ଏହାର ପରିଣାମସ୍ବରୂପ ପୁଣି ଥରେ ତାଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି ବୋଲି କୁହାଯାଉଛି।

୩୫ ବର୍ଷୀୟ ଅଶ୍ୱିନ ଏପର୍ଯ୍ୟନ୍ତ ୧୧୧ ଟି ଦିନିକିଆ ଖେଳି ୧୫୦ ଉଇକେଟ ନେଇଛନ୍ତି। ଟି -୨୦ରେ ସେ ୫୧ ମ୍ୟାଚ୍‌ରେ ୬୧ ଉଇକେଟ ନେଇଛନ୍ତି। ଟେଷ୍ଟରେ ଅଶ୍ୱିନ ଏକ ମହାନ ଅଫ୍‌ ସ୍ପିନର ଭାବରେ ବିବେଚିତ ହୋଇଛନ୍ତି। ଏଯାବତ ସେ ୮୨ ଟେଷ୍ଟ ଖେଳି ୪୨୯ ଉଇକେଟ ନେଇଛନ୍ତି।

କହିରଖୁଛୁ, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ବିସିସିଆଇ ଶୁକ୍ରବାର ୧୮ ଜଣିଆ ଦଳ ଘୋଷଣା କରିଛି। ଜାନୁଆରୀ ୧୯, ୨୧ ଏବଂ ୨୩ରେ ଏହି ସିରିଜ ଖେଳାଯିବ। ଏହି ସିରିଜ ପାଇଁ ରୋହିତ ଶର୍ମା ଫିଟ ନ ଥିବାରୁ ଦଳର ନେତୃତ୍ୱ କେ.ଏଲ ରାହୁଲଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରୁମରେ ମହିଳା ବିଚାରପତିଙ୍କୁ ଧମକ

ନୂଆଦିଲ୍ଲୀ, ୨୧।୪:ଦିଲ୍ଲୀର ଏକ ଅଦାଲତର କୋର୍ଟରୁମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ଓକିଲ ସର୍ବ ସମ୍ମୁଖରେ ମହିଳା ବିଚାରପତିଙ୍କୁ ଧମକ ଦେବା...

ପିଅନ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ପିଏଚ୍‌.ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ: ଆମକୁ ପରିଚୟ ଦିଅନ୍ତୁ

ପଟ୍ଟାଙ୍ଗୀ,୨୧।୦୪(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ପୁଣି ଦେଖା ଦେଇଛି ସଙ୍ଗିନୀ ପରିସ୍ଥିତି। ସୂଚନା ମୁତାବକ ଉକ୍ତ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

ପରିବାରକୁ ମିସ୍‌ କରୁଛନ୍ତି ତହଉର: NIA ସ୍ବତନ୍ତ୍ର କୋର୍ଟରେ ଆବେଦନ

ମୁମ୍ବାଇ,୨୧।୪: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହଉର ରାଣା ଭାରତ ଆସିବା ପରେ ତାଙ୍କ ପରିବାରକୁ ମିସ କରିବା ଆରମ୍ଭ କରିଛି। ସେ ତାଙ୍କ ପରିବାର...

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ବାଇକ୍‌ ଦୁର୍ଘଟଣା, ଛାତ୍ରଙ୍କ ମୃତ୍ୟୁ

କୋକସରା,୨୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମରୁ କୋକସରାକୁ ବାଇକ୍‌ରେ ଆସୁଥିବା ବେଳେ କେନାଲ ଛକ ନିକଟରେ ଦୁର୍ଘଟଣା...

ଦିଗପହଣ୍ଡିରେ ମିଳୁନି ପିଇବା ପାଣି : ତେଜୁଛି ଜନଅସନ୍ତୋଷ: ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image