Categories: ଖେଳ

ରଣନୀତି ସତ୍ତ୍ୱେ ଫେଲ୍‌ ମାରିଲା ଅଷ୍ଟ୍ରେଲିଆ, ମ୍ୟାଚ୍‌ ପରେ ଅଶ୍ୱିନ କହିଲେ…

ନାଗପୁର,୧୧।୨: ବର୍ଡର-ଗାଭାସ୍କର ଟ୍ରଫିକୁ ନେଇ ଜୋରଦାର ପ୍ରସ୍ତୁତି ଚଳାଇଥିଲା ଅଷ୍ଟ୍ରେଲିଆ ଟିମ୍‌। ବିଶେଷକରି ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମ୍ନା କରିବାକୁ ସମସ୍ତ ରଣନୀତି ଆପଣାଇଥିଲା। ତାଙ୍କ ଭଳି ବୋଲିଂ କରୁଥିବା ମହେଶ ପିଥିୟାଙ୍କ ସହ ଅଭ୍ୟାସ କରୁଥିବା ଖବର ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ହେଲେ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ସମସ୍ତ ରଣନୀତି ବିଫଳ ହେବା ସହ ଭାରତ ଅତି ସହଜରେ ବିଜେତା ହୋଇଛି। ଅଶ୍ୱିନ ଚମତ୍କାର ବୋଲିଂ କରି ୮ ଉଇକେଟ ନେଇଛନ୍ତି।

ତେବେ ମ୍ୟାଚ୍‌ ପରେ ଅଷ୍ଟ୍ରେଲିଆର ପ୍ରସ୍ତୁତି ଏବଂ ପରାଜୟକୁ ନେଇ ପଚରାଯିବାରେ ମତ ରଖି ଅଶ୍ୱିନ କହିଛନ୍ତି, ଅଷ୍ଟ୍ରେଲିଆ ଟିମ୍‌ ଏହି ମ୍ୟାଚ୍‌ରେ ନିଜର ବୋଲିଂ ଶୈଳୀରେ ପରିବର୍ତ୍ତନ କରିଥିଲା। ଏହା ଦଳକୁ ଅଡୁଆରେ ପକାଇଥିଲା। ସେହିଭଳି ନିଜର ବୋଲିଂକୁ ନେଇ ସେ କହିଥିଲେ ଯେ ଅଧିନାୟକ ରୋହିତ ଶର୍ମା ବୋଲରଙ୍କ ସହ ବସି ବିରୋଧୀ ଟିମ୍‌ର ବ୍ୟାଟ୍ସମ୍ୟାନଙ୍କ ବିଷୟରେ କଥା ହୋଇଥାନ୍ତି। ଏହାର ପ୍ରଭାବ ବୋଲିଂରେ ପଡ଼ିଛି ବୋଲି ସେ କହିଛନ୍ତି।

Share