କେପଟାଉନ୍,୨୨।୧୨: ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କୁ ନେଇ ବଡ ଖୁଲାସା କରିଛନ୍ତି ଭାରତୀୟ ସ୍ପିନ୍ ବୋଲର୍ ଆର୍.ଅଶ୍ୱିନ୍। ରବି ଶାସ୍ତ୍ରୀଙ୍କ ଗୋଟିଏ ମନ୍ତବ୍ୟ ତାଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଥିଲା। ଅଶ୍ୱିନ କହିଛନ୍ତି ଯେ, ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତ ସମୟରେ ତାଙ୍କୁ ଅଣଦେଖା କରାଯାଇଥିଲା। ଏହା ପରେ ଅଶ୍ୱିନ ଅନୁଭବ କଲେ ଯେ, ସେ ଖରାପ ହୋଇଯାଇଛନ୍ତି, କେହି ତାଙ୍କୁ ବସ ତଳେ ଫିଙ୍ଗି ଦିଆଯାଇଛି। ସେହି ସମୟରେ ସେ ନିଜକୁ ଦଳରୁ ଅଲଗା ହୋଇଥିବା ଭାବୁଥିଲେ। କ୍ୟାରିୟରର କଠିନ ସମୟରେ ସେ କ୍ରିକେଟକୁ ଅନେକ ଥର ବିଦାୟ ଦେବାକୁ ଚିନ୍ତା କରିଥିଲେ।
ଏକ ସାକ୍ଷାତକାରରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପଚରାଯାଇଥିଲା ଯେ, ତତ୍କାଳୀନ କୋଚ ଶାସ୍ତ୍ରୀ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୯ ସିଡନୀ ଟେଷ୍ଟରେ ପାଞ୍ଚଟି ଉଇକେଟ ନେବା ପରେ କୁଳଦୀପ ଯାଦବଙ୍କୁ ଭାରତର ଶ୍ରେଷ୍ଠ ସ୍ପିନର ଭାବରେ ନାମିତ କରିଥିଲେ। ଅଶ୍ୱିନ କହିଛନ୍ତି ଯେ, କୁଲଦୀପଙ୍କ ପାଇଁ ସେ ବହୁତ ଖୁସି କାରଣ ସେ ଜାଣିଥିଲେ ଯେ ଅଷ୍ଟ୍ରେଲିଆରେ ସ୍ପିନର ଭାବରେ ପାଞ୍ଚ ଉଇକେଟ ନେବା କେତେ କଷ୍ଟକର କିନ୍ତୁ ଶାସ୍ତ୍ରୀଙ୍କ ମନ୍ତବ୍ୟ ତାଙ୍କୁ ସମ୍ପୂର୍ଣ୍ଣ ନିରାଶ କରିଥିଲା।
ଅଶ୍ୱିନ କହିଛନ୍ତି, ରବି ଭାଇଙ୍କୁ ମୋର ବହୁତ ସମ୍ମାନ ଅଛି। ମୁଁ ଭାବୁଛି ଏସବୁ କହିବା ପରେ ମଧ୍ୟ ଆମେ ଆମର ଶବ୍ଦକୁ ଫେରାଇ ପାରିବା ନାହିଁ। ଏହାଶୁଣି ମୁଁ ବହୁତ ଖରାପ ଅନୁଭବ କରୁଥିଲି। ମୁଁ ଭଲ ବୋଲିଂ କଲାବେଳେ ମଧ୍ୟ ମୁଁ ଏତେ ବଡ଼ କଥା ଶୁଣିପାରିଲି ନାହିଁ, ତେଣୁ ମୁଁ କୂଳଦେବଙ୍କ ପାଇଁ ପ୍ରକୃତରେ ଖୁସି ଅଟେ ବୋଲି ସେ କହିଛନ୍ତି।