Categories: ଜାତୀୟ

ବଡ଼ ଅଭିଯୋଗ ଆଣିଲେ ଅଶ୍ୱିନ ବୈଷ୍ଣବ

ନୁଆଦିଲ୍ଲୀ,୨୪।୭: ସଂସଦର ପ୍ରଶ୍ନକାଳ ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ୧୯୯୭-୯୬ରେ ଅନୁମୋଦିତ ଅଙ୍ଗାମାଲୀ-ସାବରିମାଳା ରେଳ ଲାଇନ ପ୍ରକଳ୍ପରେ କେରଳ ସରକାର ସହଯୋଗ କରୁନାହିଁ। ଯଦି ଜମି ଅଧିଗ୍ରହଣରେ ସରକାର ସହଯୋଗ କରନ୍ତି, ତେବେ କେରଳର ରେଳ ପ୍ରକଳ୍ପ ଗତିଶୀଳ ହୋଇପାରିବ। ଏହା ଏକ ଜଟିଳ ପ୍ରକଳ୍ପ ଏବଂ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ। ରେଳ ଲାଇନ ସ୍ଥାପନ ପାଇଁ ଏକ ନୂତନ ପ୍ରସ୍ତାବ ଦିଆଯାଇଛି।
ସେ କହିଛନ୍ତି, ପ୍ରସ୍ତାବିତ ରେଳ ଲାଇନର ଲମ୍ବ ପ୍ରାୟ ୧୧୧ କିଲୋମିଟର ଏବଂ ଏହାଠାରୁ ମନ୍ଦିର ପର୍ଯ୍ୟନ୍ତ ଦୂରତା ୩୫ କିଲୋମିଟର ଅଟେ। ବର୍ତ୍ତମାନର ପ୍ରକଳ୍ପଠାରୁ ୭୫ କିଲୋମିଟର କମ ଥିବା ଚେଙ୍ଗାନୁରରୁ ପମ୍ବା ପର୍ଯ୍ୟନ୍ତ ଏକ ନୂତନ ଲାଇନ କରିବାକୁ ଲୋକମାନେ ଦାବି କରିଥିଲେ। ସାବରିମାଳା ମନ୍ଦିର ଏହାଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ। ସାଂସଦମାନେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ଉଚିତ କି ନୂତନ ପ୍ରସ୍ତାବ କାର୍ଯ୍ୟକାରୀ ହେବ ନା ପୁରୁଣା ପ୍ରସ୍ତାବକୁ ଆଗକୁ ନିଆଯିବ।
ତେବେ ରେଳବାଇ ବୋର୍ଡ ସ୍ତରରେ ମଧ୍ୟ ନୂତନ ପ୍ରସ୍ତାବର ମୂଲ୍ୟାଙ୍କନ ଚାଲିଛି। ଏହା ପରେ ହିଁ ପ୍ରକଳ୍ପ ସହିତ ଆଗକୁ ବଢିବାକୁ ନିଷ୍ପତ୍ତି ନିଆଯିବ।
କଂଗ୍ରେସ ଏମ୍‌ପି ଆଦର ପ୍ରକାଶଙ୍କ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ବୈଷ୍ଣବ କହିଛନ୍ତି,ଜମି ଅଧିଗ୍ରହଣ ତଥା ନୂତନ ପ୍ରସ୍ତାବ, କୋର୍ଟରେ ଦାଖଲ ହୋଇଥିବା ଆବେଦନ ଏବଂ କେରଳ ସରକାରଙ୍କ ସମର୍ଥନ ଅଭାବରୁ ଲୋକଙ୍କ ବିରୋଧ ଯୋଗୁ ଏହି ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ହେଉନାହିଁ। ଏହି ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ।

Share