ଚେନ୍ନାଇ,୯।୧୦: ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ମ୍ୟାଚରେ ଟିମ ଇଣ୍ଡିଆର ପୁରା ବ୍ୟାଟିଂକୁ ଗୋଟିଏ ସ୍ଥାନରେ ଠିଆ ହୋଇ ଦେଖିଥିଲେ ଆର ଅଶ୍ୱିନ। ମ୍ୟାଚ ପରେ ସେ ନିଜେ ଏହା କହିଛନ୍ତି।
ମ୍ୟାଚ ଶେଷ ହେବା ପରେ ଅଶ୍ୱିନ କହିଛନ୍ତି, ଭାରତର ବ୍ୟକ୍ ଟୁ ବ୍ୟାକ୍ ଉଇକେଟ୍ ପଡ଼ିବା ଏବଂ ମୁଁ ବିରାଟ କୋହଲି ୧୨ ରନ୍ରେ କ୍ୟାଚ୍ ମିସ୍ ହେବା ଦେଖିବା ପରେ ମୁଁ ଡ୍ରେସିଂ ରୁମ ଭିତରକୁ ଦୌଡ଼ିଗଲି। ମୁଁ ଭାବୁଥିଲି ଯେ ଏସବୁ ସରିବା ପରେ ମୁଁ ଉଠିବି। ତା’ପରେ ମୁଁ ଦର୍ଶକଙ୍କ ଚିୟର୍ ଶୁଣି ମୁଁ ଡ୍ରେସିଂ ରୁମ ବାହରକୁ ଆସି ଛିଡା ହୋଇ ପୁରା ମ୍ୟାଚ ଦେଖିଲି। ମୋର ଗୋଡ଼ ଏବେ ବିନ୍ଧୁଛି।
ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ଦ୍ୱାରା ୨୦୦ ରନର ଲକ୍ଷ୍ୟର ଜବାବରେ ଭାରତୀୟ ଦଳ ଏକ ସମୟରେ ମାତ୍ର ଦୁଇ ରନରେ ୩ଟି ଉଇକେଟ ହରାଇଥିଲା। ରୋହିତ ଶର୍ମା, ଇଶାନ କିଶନ ଏବଂ ଶ୍ରେୟାସ ଆୟର କୌଣସି ରନ ସ୍କୋର ନ କରି ପାଭିଲିୟନକୁ ଫେରିଥିଲେ। ଏଠାରୁ ବିରାଟ କୋହଲି (୮୫) ଏବଂ କେ.ଏଲ ରାହୁଲ (୯୭)ଙ୍କ ମଧ୍ୟରେ ୧୬୫ ରନ ଭାଗିଦାରୀ ଭାରତକୁ ବିଜୟର ପଥ ଦେଖାଇଲା।