Posted inଖେଳ

ଇଂଲଣ୍ଡ ବିପକ୍ଷରେ ଫେରିବେ ଅଶ୍ୱିନ

ଲକ୍ଷ୍ନୌ,୨୯।୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ର ୨୯ ତମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ଆୟୋଜକ ଭାରତ ମୁହାଁମୁହିଁ ହେବେ। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଏଠିକାର ପିଚ୍‌ ସ୍ପିନରଙ୍କୁ ସହାୟତା କରୁଥିବା ବେଳେ ଭାରତ ୩ ସ୍ପିନରଙ୍କ ସହିତ ଓହ୍ଲାଇବାର ସମ୍ଭାବନା ଅଧିକ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ରେ ନ ଥିବା ବେଳେ ଏପରି ହେଲେ ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ପ୍ଲେଇଂ ଇଲେଭେନ୍‌ରୁ ବାହାରେ ବସିବାକୁ ପଡିବ। ଧର୍ମଶାଳାରେ ୫ ଉଇକେଟ ନେଇଥିବା ମହମ୍ମଦ ଶାମିଙ୍କ ଖେଳିବା ମଧ୍ୟ ଏକପ୍ରକାର ନିଶ୍ଚିତ। ତେଣୁ ସିରାଜ ବାହାରେ ବସିପାରନ୍ତି। ଚଳିତ ବିଶ୍ୱକପ୍‌ ଇଂଲଣ୍ଡ ପାଇଁ ଅତ୍ୟନ୍ତ ନିରାଶାଜନକ ରହିଥିବା ବେଳେ ଭାରତ ଚମତ୍କାର ପ୍ରଦର୍ଶନ କରିବା ସହ ଗୋଟିଏ ମଧ୍ୟ ମ୍ୟାଚ ହାରି ନାହିଁ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତର ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ରହିଛି। ଟପ୍‌ ଅର୍ଡରରେ ରୋହିତ ଶର୍ମା, ଶୁବମନ ଗିଲ୍‌ ଓ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ମିଡିଲ ଅର୍ଡରରେ ଲୋକେଶ ରାହୁଲ ମଧ୍ୟ ସମାନ ପରିମାଣରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଆଉ ଏକ ସୁଯୋଗ ମିଳିବ। ଧର୍ମଶାଳାରେ ସେ ଦୁର୍ଭାଗ୍ୟଜନକ ଭାବରେ ରନ୍‌ଆଉଟ ହୋଇଥିବା ବେଳେ ଲକ୍ଷ୍ନୌରେ ସୁଯୋଗର ଫାଇଦା ଉଠାଇବାକୁ ପ୍ରୟାସ କରିବେ। ସେହିପରି ୪ ନମ୍ବରରେ ବ୍ୟାଟିଂ କରୁଥିବା ଶ୍ରେୟସ ଆୟର ମଧ୍ୟ ଏକ ବଡ ସ୍କୋର କରିବାକୁ ଚାହିଁବେ। ଆୟର ଭଲ ଆରମ୍ଭ ପାଉଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ରୂପାନ୍ତର କରିବାରେ ବିଫଳ ହେଉଛନ୍ତି। ଶର୍ଟପିଚ୍‌ ବଲ୍‌ ବିପକ୍ଷରେ ତାଙ୍କର ଦୁର୍ବଳତାକୁ ସେ ଏହି ମ୍ୟାଚରେ ଦୂରେଇବାକୁ ପ୍ରୟାସ କରିବେ। ବିରାଟ କୋହଲି ଏହି ମ୍ୟାଚ୍‌ରେ ଶତକ ହାସଲ କଲେ ଦିନିକିଆ କ୍ୟାରିୟରରେ ୪୯ତମ ଶତକ ସହ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହେବାକୁ ପ୍ରୟାସ କରିବେ। ସେହିପରି ଭାରତୀୟ ସ୍ପିନରଙ୍କ ଉପରେ ସଭିଙ୍କ ନଜର ରହିବ। ଧର୍ମଶାଳାରେ ମହଙ୍ଗା ସାବ୍ୟସ୍ତ ହୋଇଥିବା କୁଲଦୀପ୍‌ ଯାଦବ ନିଜ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ। ସେହିପରି ଇଂଲଣ୍ଡ ବ୍ୟାଟିଂ ଅର୍ଡରରେ ଏକାଧିକ ବାମହାତୀ ଖେଳାଳି ରହିଥିବାରୁ ଅଶ୍ୱିନ ମଧ୍ୟ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରନ୍ତି।
ତେବେ ବାଜବଲ୍‌ ରଣନୀତିରେ ଖେଳୁଥିବା ଇଂଲଣ୍ଡ କିନ୍ତୁ ନିରାଶ ହୋଇଛି। ଏହି ମ୍ୟାଚ୍‌ ଇଂଲଣ୍ଡ ପାଇଁ ଶେଷ ସୁଯୋଗ ହୋଇଥିବା ବେଳେ ଦଳ ନିହାତି ବିଜୟ ଆବଶ୍ୟକ କରୁଛି। ଏଥିରେ ହାରିଲେ ଆପାତତଃ ଇଂଲଣ୍ଡ ଟୁର୍ନାେଣ୍ଟେରୁ ବିଦାୟ ନେବ। ତେବେ ଏହି ମ୍ୟାଚ୍‌ରେ ବିଜୟୀ ହେଲେ ଆଗକୁ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଆତ୍ମବିଶ୍ୱାସ ମିଳିବ। ଚଳିତ ବିଶ୍ୱକପ୍‌ରେ ବାଜ୍‌ବଲ୍‌ ରଣନୀତି ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏହାର ବ୍ୟାଟରମାନେ ବିଫଳ ହେବା ଦଳକୁ ନିରାଶ କରିଛି। କିଛି ମ୍ୟାଚ୍‌ରେ ଡାଓ୍ବିଡ୍‌ ମଲାନ୍‌ ଓ ଜୋ ରୁଟ୍‌ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଦଳର ଅନ୍ୟ ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଅଧିନାୟକ ଜୋସ୍‌ ବଟଲର, ହ୍ୟାରୀ ବ୍ରୁକ୍‌, ସାମ କରନ୍‌, ମୋଇନ୍‌ ଅଲୀ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନଙ୍କ ପରି ଖେଳାଳି ମଧ୍ୟ ବିଫଳ ହୋଇଛନ୍ତି। ସେହିପରି ଦଳର ବୋଲିଂ ମଧ୍ୟ ସମାନ ପରିମାଣରେ ବିଫଳ ହୋଇଛି। ଦଳର ସଫଳତମ ବୋଲର ରିସି ଟପ୍‌ଲେ ଆହତ ହୋଇ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ତେବେ ଦଳ ନିକଟରେ ଆଦିଲ୍‌ ରଶିଦଙ୍କୁ ବାଦ୍‌ ଦେଲେ କେହି ଭଲ ସ୍ପିନର ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିନା ଅଧିନାୟକରେ ଟିମ୍ ଘୋଷଣା କଲା ପାକିସ୍ତାନ; ଜିମ୍ବାୱେ ଗସ୍ତରୁ ବାଦ ପଡ଼ିଲେ ବାବର-ଶାହୀନି

ନୂଆଦିଲ୍ଲୀ,୨୭ା୧୦: ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଜିମ୍ବାୱେ ଗସ୍ତ ପାଇଁ...

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri