ଦୁବାଇ,୯।୩ : ଭାରତୀୟ ଭେଟେରାନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମାସ(ଫେବୃୟାରୀ)ର ଶ୍ରେଷ୍ଠ ଆଇସିସି ଖେଳାଳି ଭାବେ ବିବେଚିତ କରାଯାଇଛି। ତାଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ ବ୍ୟବଧାନରେ ଜିତି ଭାରତ ବିଶ୍ୱ ଟେଷ୍ଟ ଚାମ୍ପୟନଶିପ୍ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି।
ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅଶ୍ୱିନ ୧୦୬ ରନ୍ର ଶତକୀୟ ପାଳି ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ତୃତୀୟ ମ୍ୟାଚ୍ରେ ସେ ସାମିଲ ହୋଇଥିଲେ ଟେଷ୍ଟ ଫର୍ମାଟରେ ୪୦୦ ଉଇକେଟ ନେଇଥିବା ବୋଲରଙ୍କ ମଧ୍ୟରେ। ଏହାବାଦ୍ ଫେବୃୟାରୀରେ ଖେଳାଯାଇଥିବା ୩ ଟେଷ୍ଟ ମ୍ୟାଚ୍ରେ ଅଶ୍ୱିନ ହାତେଇ ଥିଲେ ୨୪ ଉଇକେଟ।