Categories: ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଶ୍ରେଷ୍ଠ ବୋଲର ଅଶ୍ୱିନ

ସାଉଥାମ୍ପଟନ,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ରେ ସବୁଠୁ ସଫଳତମ ବୋଲର ଆଖ୍ୟା ପାଇଛନ୍ତି ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଦୁଇ ବର୍ଷ ଧରି ଖେଳାଯାଇଥିବା ଡବ୍ଲ୍ୟୁଟିସିରେ ସର୍ବାଧିକ ଉଇକେଟ ହାତେଇଛନ୍ତି ଏହି କିମ୍ବଦନ୍ତୀ ସ୍ପିନର। ଫାଇନାଲରେ ଡେଭନ କନଓ୍ବେଙ୍କୁ ଆଉଟ୍‌ କରି ୩୪ ବର୍ଷୀୟ ଅଶ୍ୱିନ ଏହି ସ୍ବତନ୍ତ୍ରୀ ରେକର୍ଡକୁ ନିଜ ନାମରେ କରିଛନ୍ତି।

ଟେଷ୍ଟ ବୋଲରଙ୍କ ମଧ୍ୟରେ ଦ୍ୱତୀୟ ର଼୍ୟାଙ୍କରେ ଥିବା ଅଶ୍ୱିନ ୧୪ ଡବ୍ଲ୍ୟୁଟିସି ମ୍ୟାଚ୍‌ରେ ହାତେଇଛନ୍ତି ସର୍ବାଧିକ ୭୧ ଉଇକେଟ। ଏହି ତାଲିକାରେ ତାଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆର ପାଟ କୁମିନ୍ସ (୭୦ ଉଇକେଟ)। ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ (୬୯), ଅଷ୍ଟ୍ରେଲିଆର ନାଥାନ ଲିଓନ (୫୬) ଓ ଟିମ୍‌ ସୌଦି (୫୬ ) ଟପ୍‌-୫ ମଧ୍ୟରେ ରହିଛନ୍ତି।

Share