Categories: ଜାତୀୟ

ବିହାର ସରକାରଙ୍କ ବିରୋଧରେ ‘ମୌନ ଉପବାସ’ ରଖିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନି କୁମାର ଚୌବେ

ନୂଆଦିଲ୍ଲୀ,୧୭ ।୧: କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ଅଶ୍ୱିନି କୁମାର ଚୌବେ ସୋମବାର କହିଛନ୍ତି, ବିହାରର ନୀତୀଶ କୁମାରଙ୍କ ନେତୃତ୍ୱ ବାଲା ସରକାରଙ୍କ କୃଷକ ଓ ଗରିବ ବିରୋଧି ନିତି ବିରୋଧରେ ‘ମୌନ ଉପବାସ’ ଆରମ୍ଭ କରିବେ ।
ପାଟନାରେ ଖବରଦାତାଙ୍କ ସହ କଥା ହୋଇ ଚୌବେ କହିଛନ୍ତି, ଗତ ସପ୍ତାହରେ ବକ୍ସରର ଚୌସାରେ ସୁରକ୍ଷାକର୍ମୀ ଯେଉଁଭଳି ଭାବେ କୃଷକମାନଙ୍କୁ ଅତି ନିର୍ମମଭାବେ ପିଟିଲେ, ଏଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅମାନବୀୟ, କୃଷକ ବିରୋଧି ଓ ଗରିବ ବିରୋଧି ଚେହେରାକୁ ସ୍ପଷ୍ଟ ଭାବେ ପଦାରେ ପକାଇଦେଲା ।
ଚୌବେ କହିଛନ୍ତି, ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମହାମେଣ୍ଟ ସରକାରଙ୍କ ନୀତି ବିରୋଧରେ ପଶ୍ଚିମ ଚମ୍ପାରନରେ ଜାନୁୟାରୀ ୩୦ରୁ ‘ମୌନ ଉପବାସ’ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଚୌବେ ଆହୁରି ମଧ୍ୟ କହିଛନ୍ତି ମୁଁ ମୋ ଅଭିଯାନର ଆରମ୍ଭ ପଶ୍ଚିମ ଚମ୍ପାରନ ଜିଲାରୁ ‘ମୌନ ଉପବାସ’ରେ ବସିବି, କାରଣ ଏହିଠାରେ ନୀତୀଶ ୫ ଜାନୁୟାରୀରେ ତାଙ୍କର ସମାଧାନ ଯାତ୍ରା ଆରମ୍ଭ କରିଥିଲେ । ମୁଁ ସେହି ସମସ୍ତ ଜିଲାରେ ‘ମୌନ ଉପବାସ’ରେ ବିସିବି ଯେଉଁଠାରୁ ନୀତୀଶ କୁମାର ତାଙ୍କର ସମାଧାନ ଯାତ୍ରା ସମୟରେ ଯାଉଥିଲେ । ମୋର ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ରାଜ୍ୟ ସରକାରଙ୍କ ଜନିବିରୋଧି ନୀତି ସମ୍ପର୍କରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ।

Share