ରାଷ୍ଟ୍ରପତିଙ୍କୁ ଭେଟିଲେ ଅଶ୍ୱିନୀ:ଓଡ଼ିଶାରେ ଏହି କାର୍ଯ୍ୟ ପାଇଁ କଲେ ଆଲୋଚନା

ଭୁବନେଶ୍ୱର,୨୧।୮(ଅନୁରାଧା ମହାରଣା):କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏ ଅବସରରେ ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ଥିବା ୬ଟି ନୂଆ ରେଳ ଲାଇନର ମଞ୍ଜୁରୀ ସମ୍ବନ୍ଧରେ ମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି। ଏହି ରେଳପ୍ରକଳ୍ପଗୁଡ଼ିକ ଓଡ଼ିଶାର ଉପାନ୍ତ ଜନଜାତି ବହୁଳ ଜିଲା ଗୁଡିକରେ ସେବା ପ୍ରଦାନ କରାଇବା ସହିତ ଅର୍ଥନୈତିକ ବିକାଶରେ ଏହା ସହାୟକ ହେବ ବୋଲି ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ମନ୍ତ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।
ସୂଚନା ଥାଉକି, ଗତ ୧୦ ତାରିଖରେ କେନ୍ଦ୍ର କ୍ୟାବିନେଟରେ ସାରା ଭାରତରେ ଓଡ଼ିଶା ସମେତ ମୋଟ ୮ଟି ନୂଆ ରେଳ ପ୍ରକଳ୍ପକୁ କେନ୍ଦ୍ର ଅର୍ଥନୈତିକ କ୍ୟାବିନେଟ କମିଟି ଅନୁମୋଦନ କରିଛନ୍ତି। ସେଥିମଧ୍ୟରେ ଓଡ଼ିଶାକୁ ୧୫୦୦୪ କୋଟି ଟଙ୍କାର ୬ଟି ନୂଆ ରେଳ ପ୍ରକଳ୍ପ ମିଳିଛି।

Share