Categories: ଖେଳ

ଅଶ୍ୱିନୀ-ତନିଶା ଯୋଡ଼ି ଚାମ୍ପିୟନ

ଗୁଆହାଟୀ, ୧୧ା୧୨(ପି.ଟି.): ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନ୍ନାପ୍ପା ଏଠାରେ ଚାଲିଥିବା ଗୁଆହାଟୀ ମାଷ୍ଟର୍ସ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ଟାଇଟଲ ହାସଲ କରିଛନ୍ତି। ରବିବାର ୪୦ ମିନିଟ୍‌ ଧରି ଅନୁଷ୍ଠିତ ଫାଇନାଲରେ ସେମାନେ ଚାଇନିଜ୍‌ ତାଇପେର ବିଶ୍ୱର ୮୧ ନମ୍ବର ମାନ୍ୟତାପ୍ରାପ୍ତ ସଙ୍ଗ୍‌ ଶୁଓ ୟୁନ୍‌ ଏବଂ ୟୁ ଚିନ୍‌ ହୁଇଙ୍କୁ ୨୧-୧୩, ୨୧-୧୯ରେ ହରାଇ ଦେଇଛନ୍ତି। ଭାରତୀୟ ଯୋଡ଼ି ଗତ ସପ୍ତାହରେ ଲକ୍ଷ୍ନୌଠାରେ ଅନୁଷ୍ଠିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ ସୁପର ୩୦୦ ଟୁର୍ନାମେଣ୍ଟରେ ରନର ଅପ୍‌ ହୋଇଥିଲେ।

Share