କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ, ମିଳିପାରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ

ନୂଆଦିଲ୍ଲୀ,୭।୭: ରାଷ୍ଟ୍ରପତି ଭବନରେ ଶପଥ ନେଉଛନ୍ତି ନୂଆ ମନ୍ତ୍ରୀଗଣ। ଏହି ଅବସରରେ ଓଡ଼ିଶାର ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଏବଂ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି । ତେବେ ତାଙ୍କୁ କ୍ୟାବିନେଟରେ କେଉଁ ବିଭାଗ ମିଳୁଛି ତା ଉପରେ ସମସ୍ତଙ୍କ ନଜର।

ଅଶ୍ୱିନୀ ଓଡ଼ିଶାରୁ ରାଜ୍ୟସଭା ଏମ୍‌ପି ଭାବେ ନିର୍ବାଚତ ହୋଇଛନ୍ତି । ଭାଜପା ଏବଂ ବିଜେଡିର ମିଳିତ ସମର୍ଥନରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବୁଧବାର ସେ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବା ସହିତ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ବିଶେଷ କରି ଅର୍ଥ ସମ୍ଭନ୍ଧୀୟ କୌଣସି ବିଭାଗରେ ସେ ମନ୍ତ୍ରୀ ହୋଇପାରନ୍ତି ।

Share