Categories: ଖେଳ

ଅଶ୍ୱିନଙ୍କ ଅର୍ଦ୍ଧଶତକ: ଲଞ୍ଚ୍‌ ପର୍ଯ୍ୟନ୍ତ ଭାରତର ସ୍କୋର ୭/୩୪୮

ଚଟ୍ଟଗ୍ରାମ,୧୫।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚଟ୍ଟଗ୍ରାମରେ ଖେଳାଯାଉଛି। ଏହି ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଲଞ୍ଚ୍‌ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ୭ ଉଇକେଟ ହରାଇ ୩୪୮ ରନ ସଂଗ୍ରହ କରିଛି। ରବିଚନ୍ଦ୍ରନ ଅଶ୍ୱିନ ଏବଂ କୁଲଦୀପ ଯାଦବଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଛି। ଅଶ୍ୱିନ୍‌ ଟେଷ୍ଟ କ୍ୟାରିୟର୍‌ର ୧୩ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିରେ ୨ଟି ଚୌକା ଏବଂ ୨ଟି ଛକା ସାମିଲ ଅଛି।
ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ ବାଂଲାଦେଶ ବୋଲରମାନେ ଏକ ଭଲ ଆରମ୍ଭ କରି ଶ୍ରେୟାସ ଆୟରଙ୍କ ଉଇକେଟ ପାଇଥିଲେ। ଦ୍ୱିତୀୟ ଦିନରେ ଜୀବନଦାନ ପାଇବା ସତ୍ତ୍ୱେ ଶ୍ରେୟାସ ତାଙ୍କ ଶତକ ପୂରଣ କରିପାରି ନ ଥିଲେ ଏବଂ ଗତକାଲିର ସ୍କୋରରେ ମାତ୍ର ଚାରି ରନ ଯୋଡିବା ପରେ ୮୬ ରନ୍‌ରେ ସେ ଆଉଟ୍‌ ହୋଇଥିଲେ। ଦିନର ପ୍ରଥମ ଘଣ୍ଟା ବାଂଲାଦେଶ ବୋଲରଙ୍କ ନାମରେ ଥିଲା, କିନ୍ତୁ ଏହା ପରେ କୁଲଦୀପ ଏବଂ ଅଶ୍ୱିନଙ୍କ ଯୋଡି ଚମତ୍କାର ଖେଳି ଭାରତକୁ ଭଲ ସ୍କୋରକୁ ଆଗକୁ ନେଇଥିଲେ।

Share