ଅଶ୍ୱିନଙ୍କ ପରିବାରରେ ୧୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୩୦।୪ : ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଚଳିତ ଆଇପିଏଲ ମଧ୍ୟରୁ ଓହରିବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି। ତାଙ୍କ ପରିବାରର ୧୦ ଜଣ କୋଭିଡ୍‌-୧୯ରେ ଆକ୍ରାନ୍ତ। ଏ ନେଇ ଅଶ୍ୱିନଙ୍କ ସ୍ତ୍ରୀ ପ୍ରିଥୀ ନାରାୟଣ ଶୁକ୍ରବାର ସୂଚନା ଦେଇଛନ୍ତି।

ଗୋଟିଏ ସପ୍ତାହରେ ପରିବାରର ୬ ବୟସ୍କ ଓ ୪ ଶିଶୁଙ୍କ ରିପୋର୍ଟ ପଜିଟିଭ ଆସିଛି। ସଂକ୍ରମଣର ମାଧ୍ୟମ ପାଲଟିଛନ୍ତି ଛୁଆମାନେ। ସମସ୍ତେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହା ସପ୍ତାହର ଦୁଃସ୍ବପ୍ନ। ପରିବାରର ୩ ଜଣଙ୍କ ମଧ୍ୟରୁ ଜଣେ ମୁଖ୍ୟ ଫେରିଆସିଛନ୍ତି ବୋଲି ସେ ଟୁଇଟ୍‌ କରିଛନ୍ତି। ଚଳିତ ଆଇପିଏଲରୁ ପ୍ରଥମ ଭାରତୀୟ ଭାବେ ଓହରିଥିବା ୩୪ ବର୍ଷୀୟ ଅଶ୍ୱିନ ସ୍ଥିତି ସୁଧୁରିଲେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଯୋଗଦେବେ ବୋଲି ଟୁଇଟ୍‌ କରିଥିଲେ।

Share