Advertisement

କରୋନାରେ ଏଏସ୍‌ଆଇଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫।୯ (ବ୍ୟୁରୋ): କରୋନାରେ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ଜଣେ ଏଏସ୍‌ଆଇ ଶିଶିର କୁମାର ସେଠୀ(୪୫)ଙ୍କ ଜୀବନ ଦୀପ ଲିଭିଯାଇଛି। ତାଙ୍କ ଘର କଟକ ସଦର ଥାନା ଅଧୀନ କନ୍ଦରପୁର ଅଞ୍ଚଳରେ ହୋଇଥିବାବେଳେ ସେ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଥିଲେ। ଗତ ୯ ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଳରେ ଭର୍ତ୍ତି ହୋଇଥିଲେ। ତାଙ୍କର କୋଭିଡ୍‌ ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ ଥିବା ଜଣାପଡିଥିଲା। ପରେ ସେଠାରେ ଚିକିତ୍ସିତ ହୋଇ ଆସୁଥିବାବେଳେ ରବିବାର ପୂର୍ବାହ୍ନ ୯ଟାରେ ତାଙ୍କର ହଠାତ୍‌ ମୃତ୍ୟୁ ଘଟିଥିବା ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share