ଆସିଲା ଏଏସଆଇ ଏଲିସ ଲୁଗୁନଙ୍କ ବ୍ୟବଚ୍ଛେଦ ରିପୋଟ: ହେଲେ ହୋଇନି ସାର୍ବଜନୀନ

ରାଉରକେଲା ୯।୧୦: ରାଉରକେଲା ଉଦିତ୍‌ନଗର ଥାନା ଏଏସଆଇ ଏଲିସ ଲୁଗୁନଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମାତ୍ର ରିପୋର୍ଟରେ କ’ଣ ଉଲ୍ଲେଖ ଅଛି ତାହା ରାଉରକେଲା ପୋଲିସ ସ୍ପଷ୍ଟ କରିନାହିଁ । ରିର୍ପୋଟକୁ ତର୍ଜମା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ରିପୋର୍ଟ ସାର୍ବଜନୀନ ହେବ ବୋଲି ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି ।
ତେବେ ଗତ ୧ ତାରିଖ ଦିନ ଅପରାହ୍ନରେ ଗଣ୍ଡଗୋଳକୁ ରୋକିବା ପାଇଁ ଏଏସ୍‌ଆଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ସେ ଘଟଣାସ୍ଥଳରେ ହିଁ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଡ଼ାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।