ଭିଜିଲାନ୍ସ ଜାଲରେ ଏଏସ୍‌ଆଇ, ହୋମଗାର୍ଡ

ବାଲେଶ୍ୱର ଅଫିସ,୧ା୩: ବାଲେଶ୍ୱର ଖନ୍ତାପଡ଼ା ଥାନାରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଥାନା ଏଏସ୍‌ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶୀକାନ୍ତ ମହାପାତ୍ର ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଗିରଫ କରିଛି ।

ସୂଚନାରୁ ଜଣାଯାଏ, ଗତ ୪ ତାରିଖରେ ବାଗୁଡ଼ି ଅଞ୍ଚଳରୁ ପଥର ନେଇ ରେମୁଣା ଅଞ୍ଚଳର ଟ୍ରକ୍‌ ମାଲିକ ଗୌରାଙ୍ଗ ମାହାନ୍ତ ଟ୍ରକ ନେଇ ଯାଉଥିବା ବେଳେ ଖନ୍ତାପଡ଼ା ପୋଲିସ ଟ୍ରକ୍‌ ଧରି ମାମଲା ରୁଜୁ କରି ଟ୍ରକ୍‌କୁ ଥାନାରେ ରଖିଥିଲା। ଗୌରାଙ୍ଗ ଟ୍ରକ୍‌ ଥାନାରୁ ନେବା ପାଇଁ କୋର୍ଟରୁ ରିଲିଜ ଅର୍ଡର ଆଣିଥିଲେ ମଧ୍ୟ ଖନ୍ତାପଡ଼ା ଥାନାର ଏଏସ୍‌ଆଇ ରାତିକାନ୍ତ ଦାସ ଓ ହୋମ୍‌ଗାର୍ଡ ଶଶୀକାନ୍ତ ମହାପାତ୍ର ଗୌରାଙ୍ଗଙ୍କୁ ୨୦ ହଜାର ଟଙ୍କା ଦାବି କରିଥିଲେ। କୋର୍ଟ ରିଲିଜ ଅର୍ଡର ଆଣିଥିଲେ ମଧ୍ୟ ଟ୍ରକକୁ ଛାଡ଼ି ନ ଥିଲେ। ଆଜି ଗୌରାଙ୍ଗ ୨୦ ହଜାର ଟଙ୍କା ଦେଉଥିବା ଭିଜିଲାନ୍ସ ଟିମ୍‌ ଧରିଥିଲେ।