ଝାରସୁଗୁଡା ଅଫିସ/ଭୁବନେଶ୍ୱର,୨୫।୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ଏଏସ୍ଆଇ ହରେକୃଷ୍ଣ ନାୟକ। ତାଙ୍କ ବାସଭବନରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରିଛି। ଏକାକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି। କଟକ, ପୁରୀ, ଝାରସୁଗୁଡା ଓ ଗଞ୍ଜାମ ଜିଲାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ। ଚଢ଼ାଉ ବେଳେ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଛି । ଭିଜିଲାନ୍ସର ଏହି ରେଡ୍ରେ ୩ ଜଣ ଡିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ ଅଫିସର ସାମିଲ ହୋଇଛନ୍ତି ।