ପୁରୀ, ୧୩।୫: ଶ୍ରୀମନ୍ଦିରରେ ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଶୁକ୍ରବାର ପହଞ୍ଚିଛନ୍ତି। ଏଏସ୍ଆଇର ହାଇକୋର୍ଟରେ ସତ୍ୟପାଠ ପରେ ପ୍ରଥମଥର ପାଇଁ ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ପୁରୀରେ ପହଞ୍ଚିଛନ୍ତି। ଏଏସଆଇ ଆୟୋଜିତ ବୈଠକରେ ସୁପରିଟେଣ୍ଡେଣ୍ଟ ଯୋଗଦେବା ନେଇ ଜଣାପଡ଼ିଛି। ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିବା ସମ୍ଭାବନା ରହିଛି ।