କେନ୍ଦୁଝର,୨୪।୧୧ (ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡବିଲ ଅବକାରୀ ଥାନା ଏଏସ୍ଆଇ ପୁଷ୍ପଲତା ଗୋସ୍ବାମୀ ଜଣେ ମଦ ବ୍ୟସାୟୀଙ୍କଠାରୁ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଅବକାରୀ ଅଧିକ୍ଷକ ନାରାୟଣ ମେହେର ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଡେପୁଟି ସୁପରିଟେଣ୍ଡେଣ୍ଟ ବେଣୁଧର ସାମଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ ଆସିବା ପରେ ଅବକାରୀ ଅଧିକ୍ଷକ ଅବକାରୀ କମିଶନରଙ୍କୁ ପ୍ରଦାନ କରିଥିଲେ। ତେବେ ଅବକାରୀ କମିଶନର ବଡବିଲ ଅବକାରୀ ଥାନାର ଏଏସ୍ଆଇ ପୁଷ୍ପଲତା ଗୋସ୍ବାମୀଙ୍କୁ ନିଲମ୍ବିତ କରିଛନ୍ତି ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି ା