ଭୁବନେଶ୍ୱର,୧୩ା୭(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନାର ଏଏସ୍ଆଇ ମମତା ବସ୍ତିଆ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାରେ ସହଯୋଗ କରିବା ପାଇଁ ଏତଲାକାରୀଙ୍କଠାରୁ ଲାଞ୍ଚ ନେଉଥିଲେ। ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ମମତାଙ୍କ ଦୁଇଟି ଘରେ ଚଢ଼ାଉ ଚାଲିଛି। ମମତା ନାମରେ ପୂର୍ବରୁ ଲାଞ୍ଚ ନେଉଥିବା ଅଭିଯୋଗ ବି ରହିଛି।