ଦୁବାଇ,୬।୯: ଶ୍ରୀଲଙ୍କାର ବିସ୍ଫୋରକ ବ୍ୟାଟିଂ ଉପରେ ରୋକ ଲଗାଇଲେ ଯୁଜବେନ୍ଦ୍ର ଚହଲ, ଆର୍. ଅଶ୍ୱିନ। ୯୭ ରନ୍ ସ୍କୋରରେ ପୃଥକ୍ ନିସଙ୍କାଙ୍କ ଉଇକେଟ ଯାଇଥିବା ବେଳେ ଚରିତ ଅସଲଙ୍କା ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଛନ୍ତି। ଉଭୟ ଉଇକେଟ ଚହଲଙ୍କ ନାମରେ ହୋଇଛି। ଏହାପରେ ଅଶ୍ୱିନ ଦାନୁଷ୍କାଙ୍କ ଉଇକେଟ ନେବାରେ ସଫଳ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଦଳର ସ୍କୋର ୩ ଉଇକେଟ ହରାଇ ୧୧୦ ରନ୍ ରହିଛି।
ପ୍ରକାଶ ଯେ, ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। ଦଳ ପ୍ରାରମ୍ଭିକ ଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଇନିଂସକୁ ସମ୍ଭାଳିଥିଲେ। ହେଲେ ରୋହିତ ଆଉଟ୍ ହେବା ପରେ ସ୍ଥିତି ବଦଳି ଯାଇଥିଲା। ଭାରତ ୨୦ ଓଭରରେ ୧୭୫ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା। ଏଣୁ ଶ୍ରୀଲଙ୍କାକୁ ୧୭୬ରନ୍ର ଟାର୍ଗେଟ ମିଳିଛି।