Posted inଖେଳ
ବୁଧବାରଠାରୁ ‘ଏସିଆ କପ୍ ୨୦୨୩’: ୬ ଟିମ୍ ମଧ୍ୟରେ ହେବ ଲଢ଼େଇ, ଜାଣନ୍ତୁ ଏହାର ଫର୍ମାଟ ଏବଂ କିଭଳି ଦେଖିବେ…
ନୂଆଦିଲ୍ଲୀ,୨୯।୮: ଅଗଷ୍ଟ ୩୦ରୁ ୬ ଟିମ୍ ମଧ୍ୟରେ ଏସିଆନ୍ ଚାମ୍ପିୟନ ହେବାର ମୁକାବିଲା ଆରମ୍ଭ ହେବ। ନେପାଳ ଲାଗି ଏଥର ପ୍ରଥମ ଏସିଆ କପ୍ ହୋଇଥିବା ବେଳେ ଭାରତର ନଜର ୮ଥର ଲାଗି ବିଜେତା ହେବା ଉପରେ ରହିଛି। ଏହି ଟୁର୍ନାମେଣ୍ଟରେ ମୋଟ ୧୩ ମ୍ୟାଚ୍ ଖେଳାଯିବ, ଯେଉଁଥିରୁ ପାକିସ୍ତାନରେ ୩ ଏବଂ ବାକି ଶ୍ରୀଲଙ୍କାେରେ ଖେଳାଯିବ।
ଦୁଇ ଗ୍ରୁପ୍ରେ ଦଳର ବିଭାଜନ:
ଗ୍ରୁପ୍ ଏ-ଭାରତ, ପାକିସ୍ତାନ, ନେପାଳ
ଗ୍ରୁପ ବି-ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଲାଂଦେଶ
ଏସିଆ କପ୍ ଫର୍ମାଟ:
ଚଳିତ ଥର ଏହି କପ୍ ୫୦ ଓଭର ଫର୍ମାଟରେ ଖେଳାଯିବ। ଲିଗ୍ ଷ୍ଟେଜ୍ରେ ଦଳଗୁଡ଼ିକ ରାଉଣ୍ଡ ରବିନ ଫର୍ମାଟରେ ଖେଳିବେ। ଏଥିରେ ଦୁଇଟିଯାକ ଗ୍ରୁପ୍ରୁ ଶ୍ରେଷ୍ଠ ୨ ଟିମ୍ ସୁପର-୪ ଲାଗି କ୍ୱାଲିଫାଏ କରିବ। ୬-୧୫ ମଧ୍ୟରେ ସୁପର ୪ ମୁକାବିଲା ଖେଳାଯିବ। ଏଥିରେ ଶ୍ରେଷ୍ଠ ୨ ଟିମ୍ ସେପ୍ଟେମ୍ବର ୧୭ ଫାଇନାଲ ମୁକାବିଲାରେ ଖେଳିବ।
କେବେ ଏବଂ କେଉଁଠି ଦେଖିବେ …
ଏସିଆ କପ୍ ସ୍ପୋଟ୍ସ ୧୮ ଚ୍ୟାନେଲରେ ଦେଖିପାରିବେ। ଏହାର ଲାଇଭ ଷ୍ଟ୍ରିମିଂ ହଟ୍ଷ୍ଟାରରେ ଦେଖିହେବ। ମୋବାଇଲ ବ୍ୟବହାର କାରୀ ହଟଷ୍ଟାରରେ ବିନା ଦେୟରେ ଏହି ମୁକାବିଲା ଦେଖିପାରିବେ।