ନୂଆଦିଲ୍ଲୀ,୧୮।୯: ଏସିଆ କପ ଫାଇନାଲରେ ଭାରତୀୟ ଦଳ ଏକ ଐତିହାସିକ ବିଜୟ ହାସଲ କରିଛି। ଭାରତ ଶ୍ରୀଲଙ୍କାକୁ ୧୦ ଉଇକେଟରେ ପରାସ୍ତ କରି ଅଷ୍ଟମ ଥର ପାଇଁ ଏହି ଟୁର୍ନାମେଣ୍ଟ ଜିତିଛି। ଚାମ୍ପିୟନ ହେବା ପରେ ଟିମ ଇଣ୍ଡିଆ ମାଲାମାଲ୍ ହୋଇପାରିଛି। ଭାରତୀୟ ଦଳ ପୁରସ୍କାର ସ୍ବରୂପ ପ୍ରାୟ ୧.୨୪ କୋଟି ଟଙ୍କା ପାଇଛି। ଏଥି ସହିତ ରନର୍ସଅପ ଶ୍ରୀଲଙ୍କା ମଧ୍ୟ ପ୍ରାୟ ୬୨ ଲକ୍ଷ ଟଙ୍କା ପାଇଛି।
ରବିନ୍ଦ୍ର ଜାଡେଜା: $ ୩୦୦୦ (୨.୪୯ ଲକ୍ଷ) ମ୍ୟାଚର ସର୍ବଶ୍ରେଷ୍ଠ କ୍ୟାଚ
ମହମ୍ମଦ ସିରାଜ: $ ୫୦୦୦ (୪.୧୫ ଲକ୍ଷ ଟଙ୍କା) ଏବଂ ଟ୍ରଫି, ପ୍ଲେୟାର ଅଫ ଦି ମ୍ୟାଚ (ସିରାଜ ଗ୍ରାଉଣ୍ଡ୍ସମ୍ୟାନମାନଙ୍କୁ ତାଙ୍କ ପୁରସ୍କାର ଦାନ କରିଛନ୍ତି)
କୁଲଦୀପ ଯାଦବ: ୫୦,୦୦୦ ଡଲାର, (୪୧.୫୪ ଲକ୍ଷ ଟଙ୍କା) ପ୍ଲେୟାର ଅଫ ଟୁର୍ନାମେଣ୍ଟ (କୁଲଦୀପ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୯ ଉଇକେଟ ନେଇଥିଲେ, ଯେଉଁଥିରେ ପାକିସ୍ତାନ ବିପକ୍ଷରେ ନିଆଯାଇଥିବା ପାଞ୍ଚଟି ଉଇକେଟ ଅନ୍ତର୍ଭୁକ୍ତ)
ଶ୍ରୀଲଙ୍କାର ଗ୍ରାଉଣ୍ଡ କର୍ମଚାରୀ: ପିଚ କ୍ୟୁରେଟର ଏବଂ ଗ୍ରାଉଣ୍ଡ୍ସମ୍ୟାନମାନେ $ ୫୦,୦୦୦(୪୧.୫୪ ଲକ୍ଷ ଟଙ୍କା) ପ୍ରଦାନ କରିଛନ୍ତି
ଶ୍ରୀଲଙ୍କା: ରନର୍ ଅପ ଦଳକୁ ୭୫,୦୦୦ ଡଲାର୍ (୬୨.୩୧ ଲକ୍ଷ ଟଙ୍କା)
ଭାରତ: ବିଜେତା ଦଳକୁ $ ୧୫୦,୦୦୦ ($ ୧.୨୪ କୋଟି)