Categories: ଖେଳ

ଏସିଆ କପ ୨୦୨୩: ୨ ସେପ୍ଟେମ୍ବରରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ,୧୯।୭: ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ ସେପ୍ଟେମ୍ବରକୁ ମ୍ୟାଚ ଖେଳାଯାଇପାରେ। ଏକ ରିପୋର୍ଟ ଅନୁଯାୟୀ, ଏହି ଦୁଇ ଦଳ ମଧ୍ୟରେ ଶ୍ରୀଲଙ୍କାର କେଣ୍ଡିରେ ମୁକାବିଲା ହେବ। ଏସିଆ କପ ୨୦୨୩ର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । କିନ୍ତୁ ଏହା ଶୀଘ୍ର ଘୋଷଣା ହୋଇପାରେ। ଏଥର ହାଇବ୍ରିଡ ମଡେଲରେ ଟୁର୍ନାମେଣ୍ଟ ଆୟୋଜିତ ହେବ। ଟୁର୍ନାମେଣ୍ଟର କିଛି ମ୍ୟାଚ ପାକିସ୍ତାନରେ ଏବଂ ବାକି ଶ୍ରୀଲଙ୍କାରେ ଖେଳାଯିବ। ଏହି ଟୁର୍ନାମେଣ୍ଟ ୩୧ଅଗଷ୍ଟରୁ ଆରମ୍ଭ ହେବ।

ଏସିଆ କପ ୨୦୨୩ର ପ୍ରଥମ ମ୍ୟାଚ ପାକିସ୍ତାନର ମୁଲତାନରେ ଖେଳାଯିବ, ଏବଂ ଫାଇନାଲ ମ୍ୟାଚ ୧୭ ସେପ୍ଟେମ୍ବରରେ କଲମ୍ବୋରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ମୋଟ ୧୩ଟି ମ୍ୟାଚ ଖେଳାଯିବ।

Share