Categories: ଖେଳ

ଟିମ ଇଣ୍ଡିଆ ପାଇଁ ଖୁସି ଖବର, ଦଳକୁ ଫେରିଲେ ଯସପ୍ରୀତ

ନୂଆଦିଲ୍ଲୀ,୮।୯: ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ ୨୦୨୩ର ତୃତୀୟ ସୁପର ଫୋର୍‌ ମ୍ୟାଚ ଖେଳାଯିବ। ଏହାର ଠିକ୍‌ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି। ଦ୍ରୁତ ବୋଲର ଯସପ୍ରୀତ ବୁମ୍ରା ଫେରିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଶ୍ରୀଲଙ୍କାରୁ ଭାରତ ଯାଇଥିଲେ। ଏହି କାରଣରୁ ସେ ନେପାଳ ବିପକ୍ଷରେ ମ୍ୟାଚ ଖେଳିପାରିନଥିଲେ। କିନ୍ତୁ ବର୍ତ୍ତମାନ ବୁମ୍ରା ଫେରିଛନ୍ତି ଏବଂ ସେ ପାକିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇବେ।

ନିକଟରେ ବୁମ୍ରାଙ୍କ ପତ୍ନୀ ସଞ୍ଜନା ଗଣେଶନ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଏହି କାରଣରୁ ବୁମ୍ରା ଶ୍ରୀଲଙ୍କାରୁ ଭାରତ ଫେରିଥିଲେ। ସେ ନେପାଳ ବିପକ୍ଷ ମ୍ୟାଚରେ ଖେଳିପାରିନଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ସେ ବର୍ତ୍ତମାନ ଫେରି ଆସିଛନ୍ତି। ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ।

Share