Categories: ଖେଳ

୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବେନି ରାହୁଲ

ନୂଆଦିଲ୍ଲୀ,୨୧।୮: ୨୦୨୩ ଏସିଆ କପ ପାଇଁ ବିସିସିଆଇ ୧୮ ସଦସ୍ୟ ବିଶିଷ୍ଟ ଟିମ ଇଣ୍ଡିଆ ଘୋଷଣା କରିଛି। ମୁଖ୍ୟ ଦଳରେ ୧୭ ଖେଳାଳିଙ୍କୁ ଚୟନ କରାଯାଇଛି । ଏହି ସମୟରେ ସଞ୍ଜୁ ସାମସନ ଦଳ ସହିତ ୧୮ ତମ ଖେଳାଳି (ବ୍ୟାକ ଅପ) ଭାବରେ ଜଡିତ ରହିବେ। ଏସିଆ କପ ପାଇଁ ଟିମ ଇଣ୍ଡିଆରେ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟର ମଧ୍ୟ ମନୋନୀତ ହୋଇଛନ୍ତି। ତେବେ ଦଳର ଘୋଷଣା ସହିତ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଉଭୟ ଖେଳାଳିଙ୍କ ଫିଟନେସ ଉପରେ ମଧ୍ୟ ଏକ ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି।

ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି େ,ଯ କେ.ଏଲ ରାହୁଲ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍‌ ନୁହଁନ୍ତି। ଏସିଆ କପର ଆରମ୍ଭରେ ସେ ଏକ କିମ୍ବା ଦୁଇଟି ମ୍ୟାଚ ନ ଖେଳିପାରନ୍ତି। ଏଥିସହିତ ସେ କହିଛନ୍ତି ଯେ, ଶ୍ରେୟସ ଆୟର ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି।

ଦଳ ଘୋଷଣା ସମୟରେ ଅଜିତ ଅଗରକର କହିଛନ୍ତି, ଶ୍ରେୟସ ଆୟରଙ୍କୁ ସମ୍ପୂର୍ଣ୍ଣ ଫିଟ୍‌ ଘୋଷିତ କରାଯାଇଛି। ଏହା ବହୁତ ଭଲ ଖବର। କେ.ଏଲ ରାହୁଲଙ୍କ ସମ୍ପୂର୍ଣ୍ଣ ଫିଟ୍‌ ନୁହନ୍ତି। କିନ୍ତୁ ଆମେ ଆଶା କରୁଛୁ ସେ ଏସିଆ କପର ଦ୍ୱିତୀୟ କିମ୍ବା ତୃତୀୟ ମ୍ୟାଚ ପର୍ଯ୍ୟନ୍ତ ଫିଟ୍‌ ହୋଇଯିବେ। ଦୁହେଁ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ସୂଚନାଯୋଗ୍ୟ, ୨ ସେପ୍ଟେମ୍ବରରେ ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଭାରତ ଖେଳିବ।

Share