Categories: ଖେଳ

ଏସିଆ କପରେ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ନୂଆଦିଲ୍ଲୀ,୩୦।୮: ବୁଧବାରଠୁ ଏସିଆ କପ ୨୦୨୩ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ ୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ଖେଳିବ। ଏସିଆ କପରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଉପରେ ନଜର ରଖିବେ। ଏସିଆ କପ ମାଧ୍ୟମରେ ବିରାଟ କୋହଲି ଦିନିକିଆରେ ଦ୍ରୁତତମ ୧୩,୦୦୦ ରନ ପୂରଣ କରିପାରନ୍ତି। ବର୍ତ୍ତମାନ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି।

ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ମାତ୍ର ୧୦୨ ରନ ଦରକାର। କୋହଲି ଏ ପର୍ଯ୍ୟନ୍ତ ୨୬୫ ଦିନିକିଆ ଇନିଂସରେ ୧୨୮୯୮ ରନ ସ୍କୋର କରିଛନ୍ତି। ଏଥି ସହିତ ସଚିନ ତେନ୍ଦୁଲକର ୩୨୧ ଟି ଦିନିକିଆ ଇନିଂସରେ ୧୩,୦୦୦ ରନ ପୂରଣ କରିଥିଲେ। ଏଭଳି ପରିସ୍ଥିତିରେ କୋହଲିଙ୍କୁ ଭେଟେରାନ ତେନ୍ଦୁଲକରଙ୍କ ଏହି ରେକର୍ଡ ଭାଙ୍ଗିବାର ୫୫ଟି ସୁଯୋଗ ରହିଛି। ଯଦି କୋହଲି ୫୫ ଇନିଂସରେ ୧୦୨ ରନ ସ୍କୋର କରନ୍ତି, ତେବେ ସେ ସଚିନ ତେନ୍ଦୁଲକରଙ୍କଠାରୁ ଆଗକୁ ଯିବେ।

Share