Categories: ଖେଳ

ଏସିଆ କପର ଷଷ୍ଠତମ ମ୍ୟାଚ: ଟସ ଜିତିବା ପରେ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ, ଆଫଗାନିସ୍ତାନର ବୋଲିଂ…

ଲାହୋର,୫।୯ :  ଏସିଆ କପର ଶେଷ ଗ୍ରୁପ ମ୍ୟାଚ ତଥା ଷଷ୍ଠ ତମ ଏକଦିବସୀୟ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ପାକିସ୍ତାନର ଲାହୋର ସ୍ଥିତ ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ ମାଧ୍ୟମରେ ହିଁ ଉଭୟ ଦଳ ଗ୍ରୁପ ବିରୁ ସୁପର ଫୋରରେ ପହଞ୍ଚିବେ ବୋଲି ନିଷ୍ପତ୍ତି ନିଆଯିବ। ଶ୍ରୀଲଙ୍କା ପାଇଁ ସୁପର ଫୋରକୁ ରାସ୍ତା ସହଜ ହୋଇଥିବାବେଳେ ଆଫଗାନିସ୍ତାନକୁ ସୁପର ଫୋରରେ ପହଞ୍ଚିବା ପାଇଁ ଏକ ବଡ଼ ବ୍ୟବଧାନରେ ଜିତିବାକୁ ପଡିବ। ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଫଗାନିସ୍ତାନର ଅଧିନାୟକ ହାଶମୁତୁଲ୍ଲା ଶାହିଦିଙ୍କ ନେତୃତ୍ୱରେ ଦଳ ବୋଲିଂ ଆରମ୍ଭ କରିଛି।

ଆଫଗାନିସ୍ତାନ ପ୍ଲେଇଙ୍ଗ ୧୧ରେ ରହମାନୁଲ୍ଲା ଗୁରୁବାଜ (ଓ୍ବିକେଟ କିପର), ଇବ୍ରାହିମ ଜାଦ୍ରାନ, ରହମତ୍ ଶାହା, ହାଶମୁତୁଲ୍ଲା ଶାହିଦି (ଅଧିନାୟକ), ନଜିବୁଲ୍ଲା ଜାଦ୍ରାନ, ମହମ୍ମଦ ନବୀ, ଗୁଲବାଦ୍ଦିନ ନାଏବ, କରିମ ଜନତ, ରସିଦ ଖାନ, ମୁଜିବ ଉର ରେହମାନ, ଫଜଲହକ ଫାରୁକି ପ୍ରମୁଖ ଅଛନ୍ତିି।

ସେହିପରି ଶ୍ରୀଲଙ୍କା ପ୍ଲେଇଙ୍ଗ ୧୧ରେ ପୃଥମ ନିସଙ୍କା, ଡିମୁଥ କରୁଣାତ୍ନେ, କୁସାଲ ମେଣ୍ଡିସ (ଓ୍ବିକେଟ କିପର), ସାଦିରା ସମରୱିକ୍ରାମା, ଚାରିଥ ଆସାଲଙ୍କା, ଧନଞ୍ଜୟ ଡି ସିଲଭା, ଦାସୁନ ଶାନାକା (ଅଧିନାୟକ), ଡୁନିଥ ଭେଲାଲେଜ, ମହିଷ ଟିକସାନା, କାସୁନ ରାଜିତା, ମାଥିଶା ପୃଥରିନା ରହିଛନ୍ତି।

Share