Categories: ଖେଳ

ଏସିଆ କପ୍‌ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତିଲା ପାକିସ୍ତାନ

ମୁଲତାନ,୩୦।୮: ଏସିଆ କପ ଆଜିଠାରୁ ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନର ମୁଲତାନରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ଟୁର୍ନାମେଣ୍ଟର ମ୍ୟାଚ ହାଇବ୍ରିଡ ମଡେଲ ଅଧୀନରେ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ।
ଭାରତ ଓ ପାକିସ୍ତାନ ସହିତ ନେପାଳ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛି। ଅନ୍ୟ ଗ୍ରୁପ୍‌ରେ ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ରହିଛନ୍ତି।

Share