Categories: ଖେଳ

ଏସିଆ କପ୍‌ ଫାଇନାଲ୍‌: ପାକିସ୍ତାନକୁ ୧୭୧ ରନ୍‌ର ଟାର୍ଗେଟ୍‌

ଦୁବାଇ,୧୧।୯: ଏସିଆ କପ ୨୦୨୨ର ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରିଛି। ଫଳରେ ପାକିସ୍ତାନକୁ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ଆସିଥିବା ପାକିସ୍ତାନ ଦଳର ବୋଲରମାନେ ଏକ ଭଲ ଆରମ୍ଭ କରିଥିଲେ। କିନ୍ତୁ ଦାନସୁକା ରାଜପାକ୍‌ସେ ଏବଂ ଓ୍ବାନିନ୍ଦୁ ହାସରାଙ୍ଗା ମଧ୍ୟରେ ଷଷ୍ଠ ଉଇକେଟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହେତୁ ଶ୍ରୀଲଙ୍କା ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିବାରେ ସଫଳ ହୋଇଥିଲା। ଶ୍ରୀଲଙ୍କାର ଅର୍ଦ୍ଧେକ ଦଳ ୧୦ ଓଭର ମଧ୍ୟରେ ପାଭିଲିୟନକୁ ଫେରିଥିଲେ। ଓପନର କୁସାଲ ମେଣ୍ଡିସ ଖାତା ନ ଖୋଲି ପ୍ୟାଭିଲିୟନକୁ ଫେରିଥିଲେ। ଦ୍ୱିତୀୟ ଉଇକେଟ ପାଇଁ ପାଥୁମ ନିସାଙ୍କା ଏବଂ ଧନଞ୍ଜୟ ଡି ସିଲଭା ୨୧ ରନ୍‌ର ଭାଗିଦାରୀ କରିଥିଲେ। ୧୧ ବଲରେ ୮ ରନ ସ୍କୋର କରିବା ପରେ ନିସଙ୍କା ଆଉଟ ହୋଇଥିଲେ। ଗୁନାତିଳକ ମଧ୍ୟ କ୍ରିଜରେ ଅଧିକ ସମୟ ରହିପାରି ନ ଥିଲେ ଏବଂ ସେ ୪ ବଲରେ ମାତ୍ର ୧ ରନ ସ୍କୋର କରିପାରନ୍ତି। ଏହା ପରେ ଧନଞ୍ଜୟ ଡି ସିଲଭା ମଧ୍ୟ ୨୧ଟି ବଲରେ ୨୮ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ମାତ୍ର ଦୁଇଟି ରନ ସ୍କୋର କରିବା ପରେ ଅଧିନାୟକ ଦାସୁନ ଶନାକା ଆଉଟ୍‌ ହୋଇଥିଲେ। ଏହା ପରେ ହାସରାଙ୍ଗା ଏବଂ ରାଜପାକ୍‌ସେ ପଞ୍ଚମ ଉଇକେଟ ପାଇଁ ୩୬ ବଲରେ ୫୮ ରନ ବାଣ୍ଟିଥିଲେ। ୨୧ ବଲରେ ୩୬ ରନ କରି ହସରାଙ୍ଗା ଆଉଟ୍‌ ହୋିଥିଲେ। ଭାନୁକା ରାଜପାକ୍‌ସେ ୪୫ ବଲରୁ ୭୧ ରନରେ ଅପରାଜିତ ରହିଥିଲେ।
ପାକିସ୍ତାନ ପକ୍ଷରୁ ହରିଶ ରୌଫ ୩ଟି, ନଶିମ ଶାହା, ଇଫତିକର୍‌ ଅହମ୍ମଦ, ଶଦାବ ଖାନ୍‌ ଗୋଟିଏ ଲେଖଶଏ ଉଇକେଟ୍‌ ନେଇଥିଲେ।

Share