Categories: ଖେଳ

ସୁପର-୪: ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ରିଜର୍ଭ ଡେ’

କଲମ୍ବୋ,୮ା୯: ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତ-ପାକିସ୍ତାନ ମଧ୍ୟରେ କଲମ୍ବୋଠାରେ ଖେଳାଯିବାକୁ ଥିବା ସୁପର-୪ ମ୍ୟାଚ୍‌ ପାଇଁ ଏସିଆନ କ୍ରିକେଟ କାଉନ୍‌ସିଲ(ଏସିସି) ପକ୍ଷରୁ ସ୍ବତନ୍ତ୍ର ରିଜର୍ଭ ଡେ’ର ବ୍ୟବସ୍ଥା କରାଯାଇଛି।

ଶ୍ରୀଲଙ୍କାରେ ଅନ୍ୟ କୌଣସି ସୁପର-୪ ମ୍ୟାଚ ପାଇଁ ରିଜର୍ଭ ଡେ’ର ବ୍ୟବସ୍ଥା କରାଯାଇ ନାହିଁ। କଲମ୍ବୋସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ସେପ୍ଟେମ୍ବର ୧୦ରେ ଖେଳାଯିବ। ଉକ୍ତ ଦିନ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହେଲେ ପରଦିନ ଅସମାପ୍ତ ମ୍ୟାଚକୁ ସମ୍ପୂର୍ଣ୍ଣ କରାଯିବ ବୋଲି ଏସିସି ପକ୍ଷରୁ କୁହାଯାଇଛି। ଏସିଆ କପ୍‌ ଫାଇନାଲ ସେପ୍ଟେମ୍ବର ୧୭ରେ ଖେଳାଯିବ। ଶ୍ରୀଲଙ୍କା ରାଜଧାନୀରେ ବର୍ଷାକୁ ଦୃଷ୍ଟିରେ ରଖି ଏହି ମ୍ୟାଚ ପାଇଁ ରିଜର୍ଭ ଡେ’ର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷେ ଦର୍ଶକଙ୍କ ମ୍ୟାଚ ଟିକେଟ ରିଜର୍ଭ ଡେ’ରେ ବୈଧ ରହିବ।

Share