Categories: ଖେଳ

ଏସିଆ କପ: ପାକିସ୍ତାନ ବିରୋଧରେ ଭାରତ ଜିତିଲା ଟସ,ପ୍ରଥମେ ବ୍ୟାଟିଂ…

କାଣ୍ଡି,୨।୯ : ଶନିବାର (ସେପ୍ଟେମ୍ବର ୨) ଏସିଆ କପର ତୃତୀୟ ମ୍ୟାଚରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଶ୍ରୀଲଙ୍କାର କାଣ୍ଡିର ପଲେକଲେ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଗ୍ରୁପ ଏରେ ଏହି ସଂସ୍କରଣରେ ଏହା ହେଉଛି ଭାରତର ପ୍ରଥମ ମ୍ୟାଚ। ଏଥି ସହିତ ପାକିସ୍ତାନ ଦଳ ଦ୍ୱିତୀୟ ମ୍ୟାଚ ଖେଳୁଛି । ପାକିସ୍ତାନ ପ୍ରଥମ ମ୍ୟାଚରେ ନେପାଳକୁ ପରାସ୍ତ କରିଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏକଦିବସୀୟ ପ୍ଲେଇଙ୍ଗ-୧୧ ରେ ଶ୍ରେୟାସ ଆୟର ଏବଂ ଜସପ୍ରୀତ ବୁମ୍ରା ଫେରିଛନ୍ତି। ଏଥି ସହିତ ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଚହଲ ଦୁଇଜଣ ସ୍ପିନର ଭାବରେ ଦଳରେ ଅଛନ୍ତି। ଏହି ମ୍ୟାଚରେ ମହମ୍ମଦ ଶାମି ଖେଳୁ ନାହାଁନ୍ତି। ଦଳ ପରିଚାଳନା ଦ୍ୱାରା ଶାର୍ଦ୍ଦୁଲ ଠାକୁରଙ୍କୁ ଏକ ସୁଯୋଗ ଦିଆଯାଇଛି।

ଭାରତ ପ୍ଲେଇଙ୍ଗ-୧୧ ରେ ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ ପ୍ରମୁଖ ଅଛନ୍ତି।

ସେହିପରୀ ପାକିସ୍ତାନ ପ୍ଲୋଇଙ୍ଗ ୧୧ରେ ଫଖର ଜମାନ, ଇମାମ ଉଲ ହକ, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟକିପର), ଆଗା ସଲମାନ, ଇଫ୍ଟିଖର ଅହମ୍ମଦ, ଶାଦବ ଖାନ, ମହମ୍ମଦ ନୱାଜ, ଶାହିନ ଆଫ୍ରିଦି, ନାସିମ ଶାହା, ହରିସ ରାଉଫ ଅଛନ୍ତି।

Share