Categories: ଖେଳ

ଏସିଆ କପ ବିଷୟରେ ପୂର୍ବାନୁମାନ କରିବା କଷ୍ଟକର…

କଲମ୍ବୋ,୨୭।୭ : ଆଗକୁ ଏସିଆ କପ ଆସୁଛି। ୩୦ ଅଗଷ୍ଟରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯିବ। ଏନେଇ ଅଂଶଗ୍ରହଣକାରୀ ଟିମଙ୍କ ମଧ୍ୟରେ ପ୍ରସ୍ତୁତି ଜୋର ଦାର ହେବାରେ ଲାଗିଛି। ଏସିଆ କପରେ ତାଙ୍କର ପ୍ରିୟ ଖେଳାଳିଙ୍କ ବିଷୟରେ ପଚରାଯାଇଥିବା ବେଳେ ଶ୍ରୀଲଙ୍କାର ପୂର୍ବତନ ବୋଲ ଚାମିଣ୍ଡା ଭାସ କହିଛନ୍ତି, ମୁଁ ନିଶ୍ଚିତ ଶ୍ରୀଲଙ୍କା ମଧ୍ୟ ଟାଇଟଲ ରକ୍ଷା କରିବାକୁ ଚାହିଁବ ଏବଂ ଏସିଆ କପରେ ଯଥାସମ୍ଭବ ଚେଷ୍ଟା କରିବ।

ତେବେ ଅନ୍ୟ ଦଳଙ୍କ ମଧ୍ୟରେ ପାକିସ୍ତାନ, ଆଫଗାନିସ୍ତାନ, ଭାରତ ଏବଂ ବାଂଲାଦେଶ ପ୍ରମୁଖ ରହିଛନ୍ତି। ଆଇପିଏଲରେ ବହୁ ଖେଳାଳି ନିଜ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ସମସ୍ତ ଦଳ ପାଖରେ ଭଲ ଖେଳାଳି ଅଛନ୍ତି । ସେମାନେ ପ୍ରକୃତରେ ଭଲ ଖେଳୁଛନ୍ତି ମଧ୍ୟ। ତେଣୁ ଏସିଆ କପ ବିଷୟରେ କିଛି ପୂର୍ବାନୁମାନ କରିବା ଅତ୍ୟନ୍ତ କଷ୍ଟକର ।

ଅପରପକ୍ଷରେ କ୍ରିକେଟ ସବୁବେଳେ ଏକ ଅନିଶ୍ଚିତ ଖେଳ ମଧ୍ୟ। ଖେଳ ପଡ଼ିଆରେ ସବୁକିଛି ନିର୍ଣ୍ଣୟ ହୋଇଥାଏ ବୋଲି ସେ ମତପୋଷଣ କରିଛନ୍ତି।

 

Share