Categories: ଖେଳ

ଏସିଆ କପ୍‌ ଜର୍ସିରେ କାହିଁକି ଲେଖାଯାଇନାହିଁ ହୋଷ୍ଟ ପାକିସ୍ତାନର ନାଁ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୯: ପାକିସ୍ତାନ ଆୟୋଜନରେ ଏସିଆ କପ୍‌ ୨୦୨୩ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ଦୁଇ ମୁକାବିଲା ପରେ ଖେଳାଳିଙ୍କ ଜର୍ସିକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ସମସ୍ତ ଟିମ୍‌ ଖେଳାଳିଙ୍କ ଜର୍ସିରେ ଆୟୋଜକ ଦେଶର ନାମ ଦେଖିବାକୁ ମିଳିନାହିଁ। ପୂର୍ବରୁ ଏହା ହୋଇ ଆସୁଥିବା ବେଳେ ଏସିସିର ନିଷ୍ପତ୍ତି ଯୋଗୁ ଚଳିତ ଥର ହୋଷ୍ଟ ପାକିସ୍ତାନର ନାଁ ଦଳର ଜର୍ସିରେ ଲେଖାଯାଇ ନାହିଁ।

ତେବେ ଟୁର୍ନାମେଣ୍ଟ ଆରମ୍ଭରୁ ଏହି ପରିବର୍ତ୍ତନ ନେଇ ସହମତି ପ୍ରକାଶ ପାଇଥିଲା। ଏହାକୁ ନେଇ ସମସ୍ତ ୬ ଟିମ୍‌କୁ ଆଧିକାରୀକ ଭାବେ ଜଣାଇ ଦିଆଯାଇଥିଲା। ଏସିସିର ଅନେକ ଲୋଗୋ ସର୍କୁଲେଟ୍‌ ହେଉଥିବା ଯୋଗୁ ଏବଂ ଟୁର୍ନାମେଣ୍ଟର ଲୋଗୋରେ ସମାନତା ଆଣିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ଏବେ ଜର୍ସିର ବାମପଟେ ଲୋଗୋ ସହ କେବଳ ଏସିଆ କପ୍‌ ଲେଖାଯାଇଥିବା ଦେଖାଯାଉଛି।

Share