Categories: ଖେଳ

ଏସିଆ କପ: ଓପନିଂ ମ୍ୟାଚ ଦେଖିବାକୁ ଜୟ ଶାହାକୁ ଆମନ୍ତ୍ରଣ କଲା ପିସିବି…

କୋଲକାତା,୧୯।୮ : ଏସିଆ କପ କ୍ରିକେଟ ଟୁର୍ନାମେଣ୍ଟ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଶେଷ ମ୍ୟାଚ ସେପ୍ଟେମ୍ବର ୧୭ରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟର ୪ ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ। ସେଥିମଧ୍ୟରୁ ଗୋଟିଏ ମ୍ୟାଚ ମୁଲତାନରେ ଖେଳାଯିବ। ସେହିପରି ଲାହୋରର ଗଦାଫି ଷ୍ଟାଡ଼ିୟମରେ ୩ ଟି ମ୍ୟାଚ ଖେଳାଯିବ। ଟୁର୍ନାମେଣ୍ଟର ଅନ୍ୟ ମ୍ୟାଚଗୁଡ଼ିକ ଶ୍ରୀଲଙ୍କାରେ ଖେଳାଯିବ। ଭାରତ ନିଜର ମ୍ୟାଚ ଶ୍ରୀଲଙ୍କାରେ ଖେଳିବ। ଶ୍ରୀଲଙ୍କାର ପାଲେକେଲେ ଏବଂ କଲମ୍ବୋରେ ମ୍ୟାଚଗୁଡ଼ିକ ଖେଳାଯିବ।

ଅଗଷ୍ଟ ୩୦ରେ ପାକିସ୍ତାନ ନେପାଳ ମଧ୍ୟରେ ଟୁର୍ନାମେଣ୍ଟର ଓପନିଂ ମ୍ୟାଚ ମୁଲତାନରେ ଖେଳାଯିବ। ଏହି ମ୍ୟାଚ ଦେଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବିସିସିଆଇ ସଚିବ ଜୟ ଶାହାଙ୍କୁ ଆମନ୍ତ୍ରଣ କରିଛି।

Share