କରାଚୀ,୨୮।୨ : ଆସନ୍ତା ୪ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୪ ମ୍ୟାଚ୍ ଟେଷ୍ଟ ସିରିଜ୍ର ଅନ୍ତିମ ମ୍ୟାଚ୍। ଏହି ମ୍ୟାଚ୍କୁ ଅତିକମ୍ରେ ଡ୍ର’ ରଖିବାକୁ ସକ୍ଷମ ହେଲେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲରେ ପ୍ରବେଶ କରିବ। କିନ୍ତୁ ଏଭଳି ହେଲେ ଚଳିତ ବର୍ଷ ଏସିଆ କପ୍ ଆୟୋଜନ ହୋଇପାରିବ ନାହିଁ। କାରଣ ଏସିଆ ଭିତ୍ତିକ ଇଭେଣ୍ଟ ଚଳିତ ବର୍ଷ ଜୁନରେ ଆୟୋଜନ ହେବାର ଅଛି। ଆଉ ସେହି ମାସରେ ଖେଳାଯିବର ଅଛି ଡବ୍ଲ୍ୟୁଟିସି ଫାଇନାଲ। ଯଦି ଭାରତ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିବାରେ ସଫଳ ହୁଏ, ତେବେ ଏସିଆ କପ୍ ଆୟୋଜନ ହୋଇପାରିବ ନାହିଁ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ଏହସାନ ମାନି ।
” ଏସିଆ କପ୍ ଗତବର୍ଷ ଆୟୋଜିତ ହେବାର ଥିଲା। କିନ୍ତୁ ଏହାକୁ ଚଳିତ ବର୍ଷକୁ ଘୁଞ୍ଚାଇ ଦିଆଯାଇଥିଲା। ଚଳିତ ବର୍ଷ ମଧ୍ୟ ଏହି ଟୁର୍ନାମେଣ୍ଟ ଆୟୋଜନ ହେବା ଭଳି ଲାଗୁନି। କାରଣ ଡବ୍ଲ୍ୟୁଟିସି ଫାଇନାଲ ଜୁନରେ ହେବାକୁ ଯାଉଛି। ସେହି ମାସରେ ଏସିଆ କପ୍ ଆୟୋଜନ କରିବାକୁ ଚାହୁଁଛି ଶ୍ରୀଲଙ୍କା “ ବୋଲି ଖବରଦାତା ସମ୍ମିଳନୀରେ ମାନି କହିଛନ୍ତି।