Categories: ଖେଳ

ଆଜି ଏସିଆ କପ୍‌ ଫାଇନାଲ୍‌, ଭାରତ-ଶ୍ରୀଲଙ୍କା ମଧ୍ୟରେ ବଡ଼ ଲଢ଼େଇ

ନୂଆଦିଲ୍ଲୀ, ୨୮।୦୭: ମହିଳା ଏସିଆ କପ୍‌ ୨୦୨୪ ଫାଇନାଲ୍‌ ମ୍ୟାଚ୍‌ ଅଜି ଅର୍ଥାତ ରବିବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଭାରତୀୟ ମହିଳା କ୍ରିକେଟ ଦଳ ଏହାର ଅଷ୍ଟମ ଏସିଆ କପ ଟାଇଟଲ ହାସଲ କରିବା ଉପରେ ନଜର ରଖିଛି । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ ବିନା କୌଣସି ମ୍ୟାଚ ନହାରି ଫାଇନାଲରେ ପ୍ରବେଶ କରିଛି। ଏଥିସହିତ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରିବା ପରେ ଶ୍ରୀଲଙ୍କା ଦଳ ଫାଇନାଲରେ ପହଞ୍ଚିଛି । ଏହି ଅନ୍ତିମ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୩ ଟାରୁ ଖେଳାଯିବ ।

ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ରନଗିରି ଡାମ଼୍ବୁଲା ଆନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟାଇଟଲ ଜିତିବା ପାଇଁ ଭାରତ ସମ୍ପର୍ଣ୍ଣ ଦାବିଦାର । ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଭାରତୀୟ ଦଳର ରେକର୍ଡ । ଭାରତୀୟ ମହିଳା ଦଳ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ୨୪ଟି ଟି -୨୦ ମ୍ୟାଚ ମଧ୍ୟରୁ ୧୯ଟି ଜିତିଛି । ଏଥିସହିତ ଶ୍ରୀଲଙ୍କା କେବଳ ୪ ଥର ଭାରତକୁ ପରାସ୍ତ କରିଛି ଏବଂ ଦୁଇ ଦଳ ମଧ୍ୟରେ ଗୋଟିଏ ମ୍ୟାଚ ଡ୍ର ରହିଛି । ଏଭଳି ପରିସ୍ଥିତିରେ ଭାରତୀୟ ଦଳର ଦବ୍‌ଦବା ମଧ୍ୟ ଏହି ମ୍ୟାଚରେ ଦେଖିବାକୁ ମିଳିବା ନେଇ ଆଶା କରାଯାଉଛି ।

Share