ଛତ୍ରପୁର,୨୧ା୧୦(ଦିଲୀପ ସାମଲ): ଚୀନର ହାଙ୍ଗୋଝୋରୀ ଠାରେ ଆସନ୍ତା ୨୨ତାରିଖରୁ ଏସିଆ ପାରା କ୍ରୀଡା ଆରମ୍ଭ ହେବ। ଏଥିରେ ଓଡ଼ିଶାରୁ ୭ଜଣ ଆଥଲେଟ ଭାଗ ନେବାକୁ ଥିବାବେଳେ ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ କେବଳ ଜଣେ ଛତ୍ରପୁର ସହର ଗିଲଟିପେଟା ସାହିର କ୍ରୀଡ଼ାବିତ୍ ଭି. ରମେଶ ରାଓ ଅଛନ୍ତି। ଭି. ରମେଶଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ଗୁରୁବାର ସେ ହାଙ୍ଗୋଝୋରୀ ଗସ୍ତ କରିଛନ୍ତି । ଏହି ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ଜଣଙ୍କ ପୂର୍ବରୁ ଅନ୍ତର୍ଜାତୀୟ, ଜାତୀୟସ୍ତରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ସଫଳତା ହାସଲ କରିଛନ୍ତି। ୨୦୧୦ରେ ଆମେରିକାରେ ଅନୁଷ୍ଠିତ ଦିବ୍ୟାଙ୍ଗ ଭଲିବଲ୍ ପ୍ରତିଯୋଗିତାରେ ଭାରତ ଦଳରେ ଉପଅଧିନାୟକ ଦାୟିତ୍ୱ ନେଇ ଭାରତକୁ ଷଷ୍ଠ ସ୍ଥାନରେ ବିଜୟୀ କରାଇଥିଲେ। ଏସିଆ ପାରା କ୍ରୀଡ଼ାରେ ସେ ଚମ୍ପିୟାନ ହେବା ଲକ୍ଷ୍ୟ ରଖିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ।