Categories: ଖେଳ

ଏସିଆନ ଚାମ୍ପିଅନ୍ସ ଟ୍ରଫି ମ୍ୟାଚର ଟିକେଟ୍‌ ବିକ୍ରି ଆରମ୍ଭ, ଜାଣନ୍ତୁ କିପରି, କେତେ ଟଙ୍କାରେ କିଣିବେ ଟିକେଟ୍‌

ନୂଆଦିଲ୍ଲୀ,୨୧।୭: ଚେନ୍ନାଇର ଏଗମୋରର ମେୟର ରାଧାକ୍ରିଷ୍ଣନ ହକି ଷ୍ଟାଡିୟମରେ ଅଗଷ୍ଟ ୩ରୁ ୧୨ପର୍ଯ୍ୟନ୍ତ ହକି ଇଣ୍ଡିଆ ଦ୍ୱାରା ଏସିଆନ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ କିଛି ସମୟ ପୂର୍ବରୁ ଦିଲ୍ଲୀରେ ମଧ୍ୟ ଏହି ଟ୍ରଫି ଉନ୍ମୋଚିତ ହୋଇଥିଲା। ଏଥି ସହିତ ସମସ୍ତ ମ୍ୟାଚ ପାଇଁ ଟିକେଟ୍‌ ମୂଲ୍ୟ ମଧ୍ୟ ପ୍ରକାଶ ପାଇଛି। ଏହା ସହିତ ଏହି ଟିକେଟ୍‌ ଗୁଡିକ ଅନ୍‌ଲାଇନ ଏବଂ ଅଫ୍‌ଲାଇନ କିଣାଯାଇପାରିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।

ଆୟୋଜକ ଭାରତ ବ୍ୟତୀତ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ କୋରିଆ, ମାଲେସିଆ, ପାକିସ୍ଥାନ, ଜାପାନ ଏବଂ ଚାଇନା ଦଳ ସାମିଲ ଅଛନ୍ତି। ଭାରତୀୟ ଦଳ ଏହି ଟୁର୍ନାମେଣ୍ଟରେ ୩ ଅଗଷ୍ଟରେ ଚାଇନା ବିପକ୍ଷ ମ୍ୟାଚ ସହିତ ଅଭିଯାନ ଆରମ୍ଭ କରିବ। ଏହା ପରେ ଦଳକୁ ଅଗଷ୍ଟ ୪ ରେ ଜାପାନ ଏବଂ ୬ରେ ମାଲେସିଆ ଏବଂ ପରେ କୋରିଆ ସହିତ ମ୍ୟାଚ ଖେଳିବ। ଭାରତୀୟ ଦଳ ୧ ଅଗଷ୍ଟରେ ପାକିସ୍ତାନ ସହିତ ଏକ ମ୍ୟାଚ ଖେଳିବ।

ସମସ୍ତ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ବିଷୟରେ କହିବାକୁ ଗଲେ ଇଷ୍ଟ ଷ୍ଟାଣ୍ଡ – ବ୍ଲକ ଏ ଏବଂ ଇଷ୍ଟ ଷ୍ଟାଣ୍ଡ – ମେୟର ରାଧାକ୍ରିଷ୍ଣନ ହକି ଷ୍ଟାଡିୟମର ବ୍ଲକ ବି ୪୦୦ ଟଙ୍କା ଏବଂ ସାଉଥ ଷ୍ଟାଣ୍ଡର ମୂଲ୍ୟ – ବ୍ଲକ ଏ ଏବଂ ବ୍ଲକ ବି ହେଉଛି ୩୦୦ଟଙ୍କା। ଏହି ଟିକେଟ୍‌ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନରେ କିଣାଯାଇପାରିବ। ମ୍ୟାଚ ଦିନ ଷ୍ଟାଡିୟମରୁ ଅଫ୍‌ଲାଇନ ଟିକେଟ ମଧ୍ୟ କ୍ରୟ କରାଯାଇପାରିବ।

Share