Categories: ଖେଳ

ଜେରେମିଙ୍କୁ ମିଳିଲା ରୌପ୍ୟ

ଜିଞ୍ଜୁ(କୋରିଆ),୭ା୫: କୋରିଆର ଜିଞ୍ଜୁରେ ହୋଇଥିବା ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଭାରତର ଜେରେମି ଲାଲରିନ୍ନୁଙ୍ଗାଙ୍କୁ ରୌପ୍ୟ ପଦକ ମିଳିଛି। ସେ ସ୍ନାଚ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ ସୁଦ୍ଧା କ୍ଲିନ୍‌ ଆଣ୍ଡ ଜର୍କରେ ଇଭେଣ୍ଟ ଫିନିଶ କରିବାରେ ସଫଳ ହୋଇ ନ ଥିଲେ।

ରବିବାର ଏସିଆନ୍‌ ଚାମ୍ପିୟନଶିପ୍‌ରେ କ୍ଲିନ୍‌ ଆଣ୍ଡ ଜର୍କରେ ୩ଟି ଯାକ ପ୍ରୟାସରେ ସେ ବିଫଳ ରହିଥିଲେ। ୧୨ଜଣ ଭାରୋତ୍ତୋଳକଙ୍କ ମଧ୍ୟରେ ଜେରେମି ଏକମାତ୍ର ଖେଳାଳି ଥିଲେ, ଯିଏ ନିଜର ଇଭେଣ୍ଟ ସମ୍ପୂର୍ଣ୍ଣ କରିପାରି ନ ଥିଲେ। ୬୭ କିଗ୍ରାର ଅଣ ଅଲିମ୍ପିକ୍‌ ବର୍ଗରେ ଅଂଶଗ୍ରହଣ କରୁଥିବା ୨୦୨୨ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ ବିଜେତା ୨୦ ବର୍ଷୀୟ ଜେରେମି ସ୍ନାଚ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ରୌପ୍ୟ ପଦକ ହାସଲ କରିଥିଲେ। ପ୍ରଥମ ଦୁଇ ପ୍ରୟାସରେ ସେ ୧୬୫ କିଗ୍ରା ଓଜନ ଉଠାଇବାରେ ବିଫଳ ହୋଇଥିଲେ। ତୃତୀୟ ପ୍ରୟାସରେ ଓଜନ ବଢାଇ ୧୬୮ କିଗ୍ରା ଉଠାଇବାକୁ ପ୍ରୟାସ କରିଥିଲେ।

Share