Categories: ଖେଳ

ଏସିଆନ ଗେମ୍ସ-୨୦୨୨ ସ୍ଥଗିତ

ବେଜିଂ,୬।୫: ଚାଇନାରେ ଚଳିତବର୍ଷ ହେବାକୁ ଥିବା ଏସିଆନ ଗେମ୍ସ ୨୦୨୨କୁ ସ୍ଥଗିତ ରଖାଯାଇଛି। ଚାଇନାର ହାଙ୍ଗଜୋରେ ସେପ୍ଟେମ୍ବରରେ ହେବାକୁ ଥିବା ୧୯ତମ ଏସୀୟ ଖେଳକୁ ସ୍ଥଗିତ ରଖାଯାଇଥିବା ଏସିଆ ଅଲିମ୍ପିକ କାଉନସିଲ ପକ୍ଷରୁ କୁହାଯାଇଛି। ତେବେ ସ୍ଥଗିତ ହେବାର କାରଣ ଦିଆଯାଇ ନାହିଁ। କିନ୍ତୁ ଏବେ ଚାଇନାରେ କରୋନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏସୀୟ ଖେଳକୁ ସ୍ଥଗିତ ରଖିବାର କାରଣ କରୋନା ବୋଲି କୁହାଯାଉଛି।
ଆସନ୍ତା ସେପ୍ଟେମ୍ବର ୧୦ରୁ ୨୫ ମଧ୍ୟରେ ହାଙ୍ଗଜୋରେ ଅନୁଷ୍ଠିତ ହେବ ବୋଲି ଅଲିମ୍ପିକ କାଉନସିଲ ଅଫ ଏସିଆ ଘୋଷଣା କରିଥିଲା।
ହାଙ୍ଗଜୋ ସାଂଘାଇ ନିକଟରେ ଅବସ୍ଥିତ। ଚାଇନାର ସବୁଠୁ ବଡ ସହର ସାଂଘାଇରେ କରୋନା ସଂଖ୍ୟା ପ୍ରତିଦିନ ବଢୁଛି। ଏଠାରେ ଲକଡାଉନ୍‌ ଘୋଷଣା କରାଯାଇଛି।

Share