ହାଙ୍ଗଝୋ,୪।୧୦: ୨୦୨୩ ଏସିଆନ୍ ଗେମ୍ସରେ ଆଜି ଭାରତ ୫ଟି ପଦକ ପାଇଛି। ମହିଳା ୭୫ କିଲୋଗ୍ରାମ ଓଜନ ବର୍ଗରେ ଲଭଲିନା ବୋର୍ଗୋହେନ ରୌପ୍ୟ ପଦକ ଜିତିଥିଲେ। ଲଭଲିନା ଫାଇନାଲ ମ୍ୟାଚରେ ହାରିଯାଇଥିଲେ। ପରେ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏହାସହ ୧୬ ସ୍ବର୍ଣ୍ଣ, ୨୭ ରୌପ୍ୟ ଏବଂ ୩୧ ବ୍ରୋଞ୍ଜ ସହ ଭାରତର ମୋଟ ପଦକ ସଂଖ୍ୟା ୭୪ରେ ପହଞ୍ଚିଛି।