Categories: ଖେଳ

ଏସିଆନ ଗେମ୍ସ ୨୦୨୩: ଟେବୁଲ ଟେନିସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ରୋହନ -ଋତୁଜାଙ୍କ ଯୋଡି…

ହାଙ୍ଗଝୋ,୩୦।୯ : ଏସିଆନ ଗେମ୍ସ ୨୦୨୩ରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ଟେବୁଲ ଟେନିସରେ ରୋହନ ବୋପାନ୍ନା ଏବଂ ଋତୁଜା ଭୋସଲେଙ୍କ ଯୋଡି ମିଶ୍ରିତ ଡବଲ୍ସ ଇଭେଣ୍ଟରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଛନ୍ତି। ଭାରତୀୟ ଯୋଡି ଫାଇନାଲରେ ତାଇପେଇ ଯୋଡିକୁ ୨.୬,୬-୩,୧୦-୪ରେ ପରାସ୍ତ କରିଛନ୍ତି। ଭାରତୀୟ ଯୋଡି ଫାଇନାଲ ମ୍ୟାଚର ପ୍ରଥମ ସେଟକୁ ହରାଇଥିଲେ।

ତେବେ ଦ୍ୱିତୀୟ ସେଟରେ ରୋହନ ବୋପାନ୍ନା ଏବଂ ଋତୁଜା ଭୋସଲେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଶେଷରେ ସୁପର ଟାଇ ବ୍ରେକରେ ମ୍ୟାଚ ଜିତିଥିଲେ।

ପ୍ରଥମ ସେଟରେ ଭାରତୀୟ ଯୋଡି ରୋହନ ବୋପାନ୍ନା ଏବଂ ଋତୁଜା ଭୋସାଲେ ଏକ ପରାଜୟର ସମ୍ମୁଖୀନ ହୋଇଥିଲେ। ସେମାନେ ତାଇପେଇ ଯୋଡି ଦ୍ୱାରା ୬-୨ ରେ ପରାସ୍ତ ହୋଇଥିଲେ। ଏହା ପରେ ଭାରତୀୟ ଯୋଡି ଦ୍ୱିତୀୟ ସେଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ତାଇପେଇ ଯୋଡି ଆନ-ଶୁଆ ଲିଆଙ୍ଗ ଏବଂ ସୁସଙ୍ଗ-ହାଓ ହୁଆଙ୍ଗଙ୍କୁ ୧୦-୪ରେ ପରାସ୍ତ କରି ମ୍ୟାଚକୁ ୧-୧ ରେ ସମାନ କରିଥିଲେ।

ତା’ପରେ ସୁପର ଟାଇ ବ୍ରେକର ମାଧ୍ୟମରେ ନିଷ୍ପତ୍ତି ନିଆଯାଇଥିଲା, ଯେଉଁଥିରେ ରୋହନ ବୋପାନ୍ନା ଏବଂ ଋତୁଜା ଭୋସଲେ ଟେନିସର ମିଶ୍ରିତ ଡବଲ୍ସ ଇଭେଣ୍ଟରେ ଏକ ଚମତ୍କାର ୧୦-୪ ସ୍କୋର କରି ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ଆଣିଥିଲେ।

ଏସିଆନ ଗେମ୍ସ ୨୦୨୩ ରେ ଏହା ହେଉଛି ଭାରତର ୯ ତମ ସ୍ବର୍ଣ୍ଣ ପଦକ। ଏହି ସ୍ବର୍ଣ୍ଣ ପଦକ ସହିତ ଭାରତର ସାମଗ୍ରିକ ପଦକ ସଂଖ୍ୟା ବର୍ତ୍ତମାନ ୩୫ ରେ ପହଞ୍ଚିଛି, ଯେଉଁଥିରେ ୧୩ ଟି ରୌପ୍ୟ ଏବଂ ୧୩ ଟି ବ୍ରୋଞ୍ଜ ପଦକ ମଧ୍ୟ ରହିଛି।

Share