Categories: ଖେଳ

ଏସିଆନ ଗେମ୍ସ ୨୦୨୩: ତିଳକ ବର୍ମାଙ୍କୁ ଟିମ୍‌ ଇଣ୍ଡିଆରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୫।୭: ଏସିଆନ ଗେମ୍ସ ୨୦୨୩ ପାଇଁ ଭାରତ ଦଳ ଘୋଷଣା କରିଛି। ଋତୁରାଜ ଗାୟକୱାଡଙ୍କୁ ଅଧିନାୟକତ୍ୱ ଦିଆଯାଇଛି। ଏହି ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆ ଅନେକ ନୂତନ ଖେଳାଳିଙ୍କୁ ସୁଯୋଗ ଦେଇଛି। ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ତିଳକ ବର୍ମା ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗରେ ସ୍ଥାନ ପାଇଛନ୍ତି। ଘରୋଇ ମ୍ୟାଚରେ ତିଳକ ଭଲ ପ୍ରଦର୍ଶନ କରିସାରିଛନ୍ତି। ତିଳକଙ୍କ ସହ କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ମଧ୍ୟ ଦଳରେ ଅଛନ୍ତି।

ତିଳକ ଲିଷ୍ଟ ଏରେ ୨୫ ମ୍ୟାଚରେ ୧୨୩୬ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ୫ ଶତକ ଏବଂ ୫ ଅର୍ଦ୍ଧ ଶତକ ସ୍କୋର କରିଛନ୍ତି। ଏହି ଫର୍ମାଟରେ ସେ ୮ଟି ଉଇକେଟ୍‌ ବି ନେଇଛନ୍ତି। ସେ ଫାଷ୍ଟ କ୍ଲାସ ମ୍ୟାଚର ୧୩ ଇନିଂସରେ ୪୮୦ ରନ ସଂଗ୍ରହ କରିଛନ୍ତି। ଏଥିରେ ଏକ ଶତକ ଏବଂ ୨ ଅର୍ଦ୍ଧଶତକ ହାସଲ କରିଛନ୍ତ। ୪୭ ଟି -୨୦ ମ୍ୟାଚରେ ତିଳକ ୧୪୧୮ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୧୦ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କର ଶ୍ରେଷ୍ଠ ଟି -୨୦ ସ୍କୋର ୮୪ ରନ ରହିଛି। ତିଳକଙ୍କ ବର୍ତ୍ତମାନର ପ୍ରଦର୍ଶନ ଦେଖିବା ପରେ ତାଙ୍କୁ ଟିମ ଇଣ୍ଡିଆରେ ସ୍ଥାନ ମିଳିଛି।

ଏସିଆନ ଗେମ୍ସ ୨୦୨୩ : ଋତୁରାଜ ଗାୟକୱାଡ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ରାହୁଲ ତ୍ରିପାଠୀ, ତିଳକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା (ଉଇକେଟ୍‌ କିପର), ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ଣୋଇ, ଆବେଶ ଖାନ, ଅର୍ଶଦୀପ ସିଂ, ମୁକେଶ କୁମାର, ଶିବମ ମାବି, ଶିବମ ଦୁବେ, ପ୍ରଭାସୀମରନ ସିଂ (ଉଇକେଟ୍‌ କିପର)।

Share