Categories: ଖେଳ

ଏସିଆନ ଗେମ୍‌: ହକିରେ ପାକିସ୍ତାନକୁ ପରାଜିତ କଲା ଭାରତ…

ହାଙ୍ଗଝୋ,୩୦।୯ : ଏସିଆନ ଗେମ-୨୦୨୩ରେ ହକିରେ ପାକିସ୍ତାନକୁ ଭାରତ ଧୁଳି ଚଟାଇଛି। ଭାରତ ୧୦-୨ରେ ବିଜୟ ଲାଭ କରିଛି। ପ୍ରଥମାର୍ଦ୍ଧରେ ଭାରତ ୪ ଗୋଲ କରିଥିଲା। ଏହା ପରେ ଦ୍ୱିତୀୟାର୍ଦ୍ଧରେ ଭାରତ ୬ ଗୋଲ ସ୍କୋର କରିଥିଲା।

ପ୍ରଥମାର୍ଦ୍ଧରେ ପାକିସ୍ତାନ କୌଣସି ଗୋଲ କରି ପାରି ନ ଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଦଳ ୨ଟି ଗୋଲ କରିଥିଲା।

ପ୍ରଥମାର୍ଦ୍ଧର ପ୍ରଥମ କ୍ୱାଟରରେ ଭାରତ ପକ୍ଷରୁ ମନ୍ଦୀପ ସିଂ ଏବଂ ହରମନପ୍ରୀତ କୌର ୨ ଗୋଲ କରିଥିଲେ। ସେହିପରି ଦ୍ୱିତୀୟ କ୍ୱାଟରରେ ଅଧିନାୟକ ହରମନପ୍ରୀତ ଏବଂ ସୁମିତ ଗୋଟିଏ ଲେଖାଏଁ ଗୋଲ କରିଥିଲେ।

Share