Categories: ଖେଳ

ଏସୀୟ ଜୁଜୁଟ୍‌ସୁ: ଚୟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଅନୁପମା

ଭୁବନେଶ୍ୱର,୫ା୨(ସ୍ପୋଟର୍‌ସ ବ୍ୟୁରୋ): ଏସୀୟ ଜୁଜୁଟ୍‌ସୁ ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ମନୋନୟନ ଶିବିରରେ ଅଂଶଗ୍ରହଣ କରିବେ ଓଡ଼ିଶାର ଅନୁପମା ସ୍ବାଇଁ। ରବିବାର ଦିଲ୍ଲୀର ପ୍ରୋ ଫାଇଟ୍‌ କ୍ଲବରେ ଭାରତୀୟ ଦଳ ଚୟନ ହେବ। ଥାଇଲାଣ୍ଡରେ ଫେବୃୟାରୀ ୨୩ରୁ ୨୮ ଯାଏ ସପ୍ତମ ଏସୀୟ ଜୁଜୁଟ୍‌ସୁ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅନୁପମା ୩ଥର ଏସୀୟ ଜୁଜୁଟ୍‌ସୁ ପ୍ରତିଯୋଗିତାରେ ଭାଗ ନେଇ ୩ଟି ପଦକ ମଧ୍ୟ ହାସଲ କରିଛନ୍ତି। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନୁପମା ଓ୍ବାଲର୍‌ଡ ମାଷ୍ଟର୍ସ ମାର୍ସିଆଲ ଆର୍ଟସରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲେ। ବିଗତ ୪ ବର୍ଷ ଧରି ଜାତୀୟ ଜୁଜୁଟ୍‌ସୁ ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣ ପଦକ ମଧ୍ୟ ହାସଲ କରିଛନ୍ତି। ଏସୀୟ ପ୍ରତିଯୋଗିତା ପାଇଁ ଅନୁପମାଙ୍କୁ ଶୁଭକାମନା ଜଣାଇଛି ରାଜ୍ୟ ଜୁଜୁଟ୍‌ସୁ ସଂଘ।

Share