ଏସିଆନ ପେଣ୍ଟସ୍‌ର ନୂତନ ଅଭିଯାନ

ଭୁବନେଶ୍ୱର, ୮।୬: ଭାରତର ଅଗ୍ରଣୀ ପେଣ୍ଟ ଆଣ୍ଡ ଡେକୋର କମ୍ପାନୀ ‘ଏସିଆନ ପେଣ୍ଟସ’ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୫ରୁ ୧୪ ବର୍ଷ ବୟସର ଯୁବ କ୍ରିକେଟ ଉତ୍ସାହୀଙ୍କ ପାଇଁ ‘କ୍ରିକେଟ ସ୍କଲାରସିପ ପାୱରଡ ବାଇ ନିଓଭାରତ’ର ଶୁଭାରମ୍ଭ ହୋଇଛି। ସେହିଭଳି କମ୍ପାନୀର ଏହି ପ୍ରୟାସ ତା’ର ବ୍ରାଣ୍ଡ ଉଦ୍ଦେଶ୍ୟ ‘ହରଘର ଖେଲେଗା, ହରଘର ଖିଲେଗା’କୁ ପ୍ରତିଫଳିତ କରୁଛି,ଯାହା ପ୍ରତ୍ୟେକ ପରିବାରରେ ପ୍ରଗତି ଓ ଅଭିବୃଦ୍ଧି ନିମନ୍ତେ ସୁଯୋଗ ଯୋଗାଇଦେବାର ଆନ୍ତରିକ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। ଅପରପକ୍ଷରେ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ବିରାଟ କୋହଲିଙ୍କୁ ନେଇ ଏକ ପ୍ରଚାର ଅଭିଯାନ ଆରମ୍ଭ ସହିତ ଏସିଆନ ପେଣ୍ଟସ ଉଭୟ ପିତାମାତା ଓ ପିଲାମାନଙ୍କୁ ଏହି ସୁଯୋଗର ସଦ ବ୍ୟବହାର କରିବା ଏବଂ କ୍ରିକେଟ ସ୍କଲାରସିପ ନିମନ୍ତେ ନାମ ଅନ୍ତର୍ଭୁକ୍ତ କରାଇବାକୁ ପ୍ରେରଣା ଦେବା ଲକ୍ଷ୍ୟ ରଖୁଛି। ସେହିପରି କମ୍ପାନୀର ଏହି ପ୍ରୟାସ ଭାରତର ଟିୟର ୨ ଓ ୩ ବଜାରଗୁଡିକରେ ଆକାଂକ୍ଷୀ ଭାରତୀୟଙ୍କୁ ସଶକ୍ତ କରିବା ନିମନ୍ତେ ନିଓଭାରତ ଲକ୍ଷ୍ୟର ଅଂଶ ବିଶେଷ ହୋଇଥିଲାବେଳେ ଏହା ଉଦୀୟମାନ କ୍ରିକେଟ ପ୍ରତିଭା ଅନ୍ବେଷଣ ଏବଂ ସେମାନଙ୍କର ପରିପୋଷଣ ସହିତ ସେମାନଙ୍କୁ ସେମାନଙ୍କର କୁଶଳତାକୁ ଅଧିକ ପରିପୁଷ୍ଟ କରିବା ଏବଂ ସେମାନଙ୍କର ଆଗ୍ରହକୁ ନେଇ ଆଗକୁ ବଢିବା ପାଇଁ ଲକ୍ଷ୍ୟ ରଖିଛି। ନିଓଭାରତ ସମର୍ଥନ ଦ୍ୱାରା ପରିଚାଳିତ ଏହି କ୍ରିକେଟ ସ୍କଲାରସିପ ଅଧୀନରେ ୧୦୦ଉଦୀୟମାନ ଯୁବ ବଗର୍କଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ସ୍କଲାରସିପ ପ୍ରଦାନ କରାଯିବ। ଏକ ବୃତ୍ତିଗତ ଖେଳ ସେଟ ଅପରେ ପ୍ରଦର୍ଶନ କରାଯାଉଥିବା କୁଶଳତା ଆଧାରରେ ଦୁଇଜଣ ପ୍ରାକ୍ତନ କ୍ରିକେଟରଙ୍କ ଦ୍ୱାରା ଆବେଦନପତ୍ରଗୁଡିକର ମୂଲ୍ୟାୟନ କରାଯିବ। ଏହି କ୍ରିକେଟ ସ୍କଲାରସିପ ନିମନ୍ତେ ଆବେଦନ ୨୦୨୪ ଜୁନ ୩୦ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିଛି, ଯାହା ନିଓଭାରତ ଏସିଆନ ପେଣ୍ଟ ଓ ୱେବସାଇଟ-https://www.asianpaints.com/products/paints-and-textures/interior-walls/plain-finishes/neobha


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri