Posted inଖେଳ

ଭାରତରେ ହେବ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌

ନୂଆଦିଲ୍ଲୀ,୨୦ା୩: ଖୁସି ଖବର। ଭାରତ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌ର ୧୧ଶ ସଂସ୍କରଣର ଆୟୋଜକ ହୋଇଛି। ଏହି ଇଭେଣ୍ଟ ଅହମ୍ମଦାବାଦସ୍ଥିତ ନାରଣପୁର ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଅକ୍ଟୋବର ୧ରୁ ୧୫ ପର୍ଯ୍ୟନ୍ତ ହେବ। ଜାତୀୟ ମହାସଂଘ ତରଫରୁ ଗୁରୁବାର ଏହା ଘୋଷଣା କରାଯାଇଛି।

ଦେଶରେ ପ୍ରଥମ ଥର ଆୟୋଜନ ହେବାକୁ ଯାଉଥିବା ଏହି ମହାଦେଶୀୟ ଇଭେଣ୍ଟରେ ଜାପାନ ଓ କୋରିଆର ସନ୍ତରଣକାରୀମାନେ ଅଂଶଗ୍ରହଣ କରିବେ ବୋଲି ଭାରତ ସନ୍ତରଣ ମହାସଂଘ ସାଧାରଶ ସମ୍ପାଦକ ମୋନାଲ ଚୋସ୍କି ପ୍ରକାଶ କରିଛନ୍ତି।

ଭାରତ ୨୦୧୯ରେ ଶେଷଥର ପାଇଁ ଏକ ଇଣ୍ଟରନ୍ୟାଶନାଲ ସୁଇମିଂ ଇଭେଣ୍ଟ (୧୦ମ ଏସିଆନ୍‌ ଏଜ୍‌ ଚାମ୍ପିୟନଶିପ୍‌) ଆୟୋଜନ କରିଥିଲା। ଚାମ୍ପିୟନଶିପ୍‌ରେ ସୁଇମିଂ, ଡ୍ରାଇଭିଂ, ଆର୍ଟିଷ୍ଟିକ୍‌ ସୁଇମିଂ ଓ ଓ୍ବାଟର ପୋଲୋ ଆଦି ଇଭେଣ୍ଟ ସ୍ଥାନ ପାଇବ।

ଭାରତର ୨୦୩୬ ଅଲିମ୍ପିକ ବିଡ୍‌ ପାଇଁ ଅହମ୍ମଦାବାଦକୁ ମୁଖ୍ୟ କେନ୍ଦ୍ରସ୍ଥଳ ଭାବେ ପ୍ରତିପାଦନ କରାଯାଉଛି।ଏସିଆନ ଚାମ୍ପିୟନଶିପ୍‌ ପାଇଁ ଜାତୀୟ ଜୁନିୟର ଚାମ୍ପିୟନଶିପ୍‌କୁ ଏକ ଟେଷ୍ଟ ଇଭେଣ୍ଟ ଭଳି ମନେକରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL-2025 ଆରମ୍ଭ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍‌ ଜିତିଲା ଆର୍‌ସିବି

କୋଲକାତା, ୨୨।୧: କ୍ରିକେଟର ମହାକୁମ୍ଭ IPL-2025 ଶନିବାର ଆରମ୍ଭ ହୋଇଯାଇଛି। ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ୧୮ତମ ସଂସ୍କରଣର ପ୍ରଥମ ଉଦ୍‌ଘାଟନୀ ମ୍ୟାଚ୍‌ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)...

IPL 2025 Best Moment: ଶାହାରୁଖଙ୍କ ସହ ଝୁମିଲେ ବିରାଟ, ଲାଜେଇ ଗଲେ ରିଙ୍କୁ ସିଂ! ଦେଖନ୍ତୁ ଭିଡିଓ

କୋଲକାତା,୨୨।୩: କୋଲକାତାର ଇଡେନ ଗାର୍ଡେନରେ IPL ୨୦୨୫ର ଉଦଘାଟନୀ ଉତ୍ସବ ଏକ ଚମତ୍କାର ଢଙ୍ଗରେ ଅନୁଷ୍ଠିତ ହୋଇଥିଲା। ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ଗାୟକ ଶ୍ରେୟା...

ଆରମ୍ଭ ହେଲା କ୍ରିକେଟର ମହାକୁମ୍ଭ: ଉଦଘାଟନୀ ଉତ୍ସବରେ ମନ କିଣିଲେ ଶ୍ରେୟା ଘୋଷାଲ, ଦିଶା ପାଟନୀ, କରଣ ଔଜଲାଙ୍କ ସହ କିଙ୍ଗ ଖାନ

କୋଲାକାତା,୨୨।୩: IPL ୨୦୨୫ର ଉଦଘାଟନୀ ଉତ୍ସବ ଶେଷ ହୋଇଛି। IPLର ୧୮ତମ ସିଜିନ ଅବସରରେ, ଏକ କେକ କଟାଯାଇଥିଲା ଏବଂ ଆତସବାଜି ସହିତ IPL୨୦୨୫ର ଉଦଘାଟନ...

IPL: ସୁପର ଓଭର ଲାଗି ଆସିଲା ଗାଇଡ୍‌ଲାଇନ

ମୁମ୍ବାଇ,୨୨ା୩: ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ କୌଣସି ମ୍ୟାଚ୍‌ ଟାଏ ହେଲେ ସୀମିତ ସଂଖ୍ୟକ ସୁପର ଓଭର ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

KKR vs RCB: ବର୍ଷା ହେଲେ ରଦ୍ଦ ହୋଇଯିବ ମ୍ୟାଚ୍‌, ତେବେ କାହାକୁ ହେବ ଫାଇଦା, ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୨।୩: ଆଜି IPL 2025ର ପ୍ରଥମ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। କିନ୍ତୁ ପ୍ରଶଂସକଙ୍କ ପାଇଁ ଖରାପ ଖବର...

IPL 2025: RCBର ହେଡ୍‌ କୋଚ୍‌ ଆଣ୍ଡି ଫ୍ଲାଓ୍ବାରଙ୍କ ଦରମା କେତେ ଜାଣନ୍ତି କି? IPLରୁ କରନ୍ତି ଏତେ କୋଟି ରୋଜଗାର

ନୂଆଦିଲ୍ଲୀ,୨୨।୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2025 ପାଇଁ ଆଣ୍ଡି ଫ୍ଲାୱାରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ବଜାୟ ରଖିଛି। ଆଣ୍ଡି ଫ୍ଲାୱାର ଜଣେ ଅଭିଜ୍ଞ...

IPLର କଡ଼ା ନିୟମ, ପରିବାର ଲୋକ ପଶିପାରିବେନି…

ନୂଆଦିଲ୍ଲୀ,୨୨।୩: ମାର୍ଚ୍ଚ ୨୨ ଅର୍ଥାତ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ ବା IPL । ୩ ମାସ ଧରି ଜାରି...

ଅଶ୍ୱିନଙ୍କ ନାଁରେ ହେବ ରାସ୍ତା: ମିଳିଲା ଗ୍ରୀନ୍‌ ସିଗ୍‌ନାଲ୍‌

ଚେନ୍ନାଇ,୨୨ା୩: ଭାରତର କିମ୍ବଦନ୍ତୀ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗ୍ରେଟର ଚେନ୍ନାଇ କର୍ପୋରେଶନ (ଜିସିସି) ଦ୍ୱାରା ସମ୍ମାନିତ କରାଯିବ। ଜିସିସି ସର୍ବସମ୍ମତି କ୍ରମେ ଓ୍ବେଷ୍ଟ ମାମ୍ବାଲାମସ୍ଥିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image